Latest Odisha News

BREAKING NEWS

ଅନୁଗୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ

ଅନୁଗୁଳ: ଅନୁଗୁଳ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଥାନା ଛକଠାରେ ଏକ ସ୍କୁଟିକୁ ଏକ କଣ୍ଟେନର ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ନାମ ପର୍ଶୁରାମ ରାଉତ ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନାନୁଯାୟୀ ପର୍ଶୁରାମ ଆଜି ତାଙ୍କ ସ୍କୁଟିରେ ରବିବାର ହାଟରୁ ପରିବା ଧରି ଥାନା ଛକ ଅତିକ୍ରମ କରୁଥିବା ବେଳେ ତାଙ୍କୁ ଜାତୀୟ ରାଜପଥ ଉପରେ ଏକ ଦ୍ରୁତଗାମୀ କଣ୍ଟେନର ଧକ୍କା ଦେଇଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅପରପକ୍ଷରେ ସହର ଭିତରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକମାନେ । ଏପରିକି ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଉତ୍ତ୍ୟକ୍ତ ହୋଇ ଜାତୀୟ ରାଜପଥ ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ ମଧ୍ୟ ସ୍ଥାନୀୟ ବୁଢୀ ଠାକୁରାଣୀ ଛକରେ ଟ୍ରକ ଚାପାରେ ମା ଓ ପୁଅଙ୍କ ମୃତ୍ୟୁ ହୋଇଥିଲା ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.