Latest Odisha News

BREAKING NEWS

ଆସନ୍ତାକାଲି ଠାରୁ ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ବଦଳରେ ମିଳିବ ଭୋଜନ !

ଭୁବନେଶ୍ୱର: ସ୍ୱଚ୍ଛତା ରକ୍ଷା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ଏକ ପାଦ ଆଗକୁ ଯାଇଛନ୍ତି । ପରିବେଶକୁ ସ୍ୱଚ୍ଛ କରିବାରେ ଭୁବନେଶ୍ୱର ମହାନଗର ନିଗମ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି ।

ଆଜିର ଦିନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ବିଶେଷ କରି ଏକକ ବ୍ୟବହାରଯୁକ୍ତ ,ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର ପରିବେଶକୁ ରାସାୟନିକ ବିଷାକ୍ତୀକରଣ କରିଦେବା ଏବଂ ରାସ୍ତା, ନାଳ, ନଦୀ ଓ ଜଳାଶୟ ଇତ୍ୟାଦି ରୋଗଜୀବାଣୁ ବ୍ୟାପିବା, ବୁଲା ପ୍ରାଣୀ ଓ ପଶୁ ପ୍ଲାଷ୍ଟିକ୍ ଭକ୍ଷଣ କରିବା ଖୁବ ଦୁଃଖଦାୟକ ।

ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନାକୁ ଲୋକାଭୀମୁଖି କରିବାର ପଦକ୍ଷେପ ନେଇଛି ଭୁବନେଶ୍ୱର ମହାନଗର ନିଗମ।

ପ୍ରାପ୍ତ ସୂଚନା ଅନୁଯାୟୀ ପ୍ଲାଷ୍ଟିକ ବର୍ଜ୍ୟକୁ ଉପଯୁକ୍ତ ମୂଲ୍ୟଦେଇ ଏହା ବଦଳରେ ଆହାର ଭୋଜନ ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ସହରାଞ୍ଚଳ କର୍ତ୍ତୃପକ୍ଷ ।

ଆସନ୍ତାକାଲି ଠାରୁ ମହାନଗର ନିଗମାଞ୍ଚଳରେ ସେବା ଯୋଗାଉଥିବା ସମୁଦାୟ ୧୧ଟି ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ବଦଳରେ ଆହାର ଭୋଜନ ମିଳିବାର ଶୁଭାରମ୍ଭ ହେବ ବୋଲି ସୂଚନା ମିଳିଛି ।

ବିଏସି, ୟୁଏନଡିପି ଓ ଟଚଷ୍ଟେନ୍ ଫାଉଣ୍ଡେସନର ମିଳିତ ପଦକ୍ଷେପରେ କରାଯିବାକୁ ଥିବା ଏହି ଭିନ୍ନ ଧରଣର ବର୍ଜ୍ୟ ସଂଗ୍ରହ ପଦ୍ଧତିକୁ ସ୍ଥାନୀୟ କଳ୍ପନା ଆହାର କେନ୍ଦ୍ର (ରାଜ୍ୟ ମ୍ୟୁଜିୟମ ସାମ୍ନା) ଦିବା ୧୦.୪୫ ମିନିଟରେ ଶୁଭାରମ୍ଭ ହେବ ।

ମିଳିଥିବା ସୂଚନା ଅନୁସାରେ, ଅଧକେଜି ପ୍ଲାଷ୍ଟିକ ଦେଇ ପ୍ରତ୍ୟେକ ଲୋକ ଏକ ଆହାର ମିଲ୍ ଖାଇବାର ସୁବିଧା ସମସ୍ତ ଆହାର କେନ୍ଦ୍ରରେ ଉପଲବ୍ଧ ହେବ ।

. ପ୍ରତିଦିନ ଜଣେ ଏକ କେଜି ପ୍ଲାଷ୍ଟିକ ଦେଇପାରିବ ।

.ଏହାର ପରିଚାଳନା ଡେପୁଟି କମିଶନର ୱେଲ୍ ଫେୟାରଙ୍କ ଉପରେ ନ୍ୟସ୍ତ ରହିବ ।

. ସମସ୍ତ ପ୍ଲାଷିକ ୟୁଏନଡିପି ନେବ ଓ ଏହାର ବୈଜ୍ଞାନିକ ପ୍ରକ୍ରିୟା କରଣ କରିବ ।

Leave A Reply

Your email address will not be published.