Latest Odisha News

BREAKING NEWS

ଆଜି ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ଟକ୍କର; ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ନୂଆଦିଲ୍ଲୀ: ଆଜି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ । ଚେନ୍ନାଇର ଏମ୍ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଦ୍ୱିପ୍ରହର ୧ଟା ୩୦ମି.ରେ ଏହି ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି ।

ଟି-୨୦ ସିରିଜରେ ନିଜ ଦବଦବା ବଜାୟ ରଖିଥିବା ବିରାଟ ବିଗ୍ରେଡ ୱେଷ୍ଟଇଣ୍ଡିଜକୁ ମଧ୍ୟ ଦିନିକିଆ ମ୍ୟାଚରେ ପରାସ୍ତ କରିବା ଲକ୍ଷ୍ୟନେଇ ମଇଦାନରେ କଡ୍ଡା ଟକ୍କର ଦେବ । ତେବେ ଶିଖର ଧବନ ଓ ଭୁବନେଶ୍ୱର କୁମାର ଆହତ ଜନିତ କାରଣରୁ ସିରିଜରୁ ବାଦ୍ ପଡିଥିବା ବେଳେ ଏବେ ସମସ୍ତଙ୍କ ନଜର ଋଷଭ ପନ୍ଥଙ୍କ ଉପରେ ରହିଛି ।

 

ରବିବାର ଦିନ ଖେଳାଯିବାକୁ ଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ମଧ୍ୟ ସିରିଜ ଜିତିବା ପାଇଁ ଜୋରଦାର ଚେଷ୍ଟା କରିବ । ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ସିରିଜ ହାତେଇବା ଲାଗି ଉଭୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଟିମ୍ ଇଣ୍ଡିଆ:- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଲୋକେଶ ରାହୁଲ, ଶ୍ରେୟାସ୍ ଆୟର୍, ଋଷଭ ପନ୍ଥ, କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ଦୀପକ ଚହଲ, ମହମ୍ମଦ ସାମୀ, ଯୁଜବେନ୍ଦ୍ର ଚହଲ୍, କୁଳଦୀପ ଯାଦବ ।

Leave A Reply

Your email address will not be published.