Latest Odisha News

ଆକ୍ସନ ମୋଡରେ ଅବକାରୀ ବିଭାଗ; ୧୧ ଦିନରେ ଜବତ ହେଲାଣି ଏହି ପରିମାଣର ବେଆଇନ ମଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବେଆଇନ ମଦ କାରବାର ଉପରେ ଚଢ଼ାଉ ଜାରି ରହିଛି । ଏହା ମଧ୍ୟରେ ଅବକାରୀ ବିଭାଗର ବିଭିନ୍ନ ଟିମ୍ ସାରା ରାଜ୍ୟରେ ଚଢ଼ାଉ କରିବା ସହିତ ବେଆଇନ ମଦ, ମଦ ପ୍ରସ୍ତୁତି ସାମଗ୍ରୀଗୁଡ଼ିକ ଜବତ ହୋଇଛି ।

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବେଆଇନ ମଦ କାରବାର ନେଇ ମୋଟ ୨୮୭୮ଟି କେସ୍‌ ପଞ୍ଜିକୃତ ହେବା ସହ ୧୬୦୭ ଜଣଙ୍କୁ ଗିରଫ କରାଯାଇଛି ।

ସେହିପରି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧ ଲକ୍ଷ ୪୮ହଜାର ୨୨୫ ଲିଟର ବେଆଇନ ମଦ ଓ ୧୩ ଲକ୍ଷ ୬୯ ହଜାର ୩୮୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ଏଥି ସହିତ ଏହି ବେଆଇନ କାରବାରରେ ବ୍ୟବହୃତ ୧୫୯ଟି ଗାଡ଼ିକୁ ଜବତ କରାଯାଇଛି ।

Comments are closed.