Latest Odisha News

BREAKING NEWS

ରାଜ୍ୟକୁ ଆଜି ଆସିବ ୧ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା

ଭୁବନେଶ୍ୱର: ରାଜ୍ୟକୁ ଆଜି ଆସିବ ୧ ଲକ୍ଷ ଡୋଜ୍ କୋଭିସିଲଡ୍ ଟିକା ।  ଗତକାଲି ୭୬୯ଟି କେନ୍ଦ୍ରରେ ୧ ଲକ୍ଷ ୮ ହଜାର ୯୦୨ ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ୍ ଟିକାକରଣ ହେଲାଣି । ସଟଡାଉନ ଯୋଗୁଁ ଆଜି ଓ ଆସନ୍ତାକାଲି ବନ୍ଦ ରହିବ ଟିକାକରଣ । ଅନ୍ୟ ପାଞ୍ଚ ଦିନ ଅଭିଯାନ ଜାରି ରହିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ବର୍ତ୍ତମାନ ରାଜ୍ୟରେ ୩ଲକ୍ଷ ୭ହଜାର ଡୋଜ୍ କୋଭକ୍ସିନ  ଟିକା ଅଛି । ଟିକା ଅଭାବରୁ ଅଧିକାଂଶ ଟିକାକରଣ କେନ୍ଦ୍ର ବନ୍ଦ ରହିଛି । ଅଗ୍ରାଧିକାର ଭିତ୍ତିରେ ପଶ୍ଚିମ ଓଡିଶାକୁ ଟିକା ଦିଆଯାଉଛି । ଆସନ୍ତା 1 ତାରିଖରୁ 18ବର୍ଷର ଅଧିକ ସମସ୍ତଙ୍କୁ ଟିକା ଦିଆଯିବ ।

Leave A Reply

Your email address will not be published.