Latest Odisha News

BREAKING NEWS

ଟ୍ରେନ ଅଟକାଇଲେ ମାଓବାଦୀ, ମାରିଲେ ଓ ବାଣ୍ଟିଲେ ପୋଷ୍ଟର !

ମାଲକାନଗିରି: ଅପରେସନ୍ ପ୍ରହାରକୁ ନକ୍ସଲଙ୍କ ବିରୋଧ । ଗତକାଲି ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେଓଦ୍ୱାଡା ଜିଲ୍ଲାରେ ଏକ ପାସେଂଜର ଟ୍ରେନକୁ ଅଟକାଇଥିଲେ । ସୂଚନା ମୁତାବକ ବାଚେଲି ଓ ଭାନସି ମଝିରେ ଥିବା ଜଙ୍ଗଲି ରାସ୍ତାରେ ଶତାଧିକ ମାଓବାଦୀ ଟ୍ରେନକୁ ଅଟକାଇବା ପରେ ଯାତ୍ରୀମାନ ଭୟଭୀତ ହୋଇପଡିଥିଲେ ।

ଟ୍ରେନରେ ମାଓବାଦୀମାନ ପୋଷ୍ଟର ଲଗାଇବା ସହ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ କରିବାକୁ ଯାତ୍ରୀମାନଙ୍କୁ ମାଓ ପୋଷ୍ଟର ମଧ୍ୟ ବାଣ୍ଟିଥିଲେ । ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଟ୍ରେନଟି ସେଠାରେ ଅଟକି ରହିବା ପରେ ନକ୍ସଲମାନେ ଗୋଟିଏ ବଗି ଓ ଇଂଜିନକୁ ଖୋଲିଦେଇଥିଲେ । ତଥାପି ଗୋଟିଏ ଇଂଜିନ ସହାୟତାରେ ଟ୍ରେନଟି ଯାତ୍ରୀମାନଙ୍କୁ ସୁରକ୍ଷିତ ଅବାସ୍ଥାରେ ନେଇ କିରଣ୍ଡୁଲରେ ପହଂଚିଥିଲା । ଆଜି ସକାଳେ ଘଟଣାସ୍ଥଳକୁ ଯାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

Leave A Reply

Your email address will not be published.