Latest Odisha News

BREAKING NEWS

ରାଜ୍ୟରେ ଖୁବଶୀଘ୍ର ୧ଲକ୍ଷ ରାପିଡ୍ କୋଭିଡ-୧୯ ଟେଷ୍ଟିଂ ସୁବିଧା: ନବୀନ

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ବ୍ୟାପି ଚାଲିଥିବା ବେଳେ ଏହାର ଚିକିତ୍ସା ସୁବିଧା ନେଇ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଖୁବଶୀଘ୍ର ଏକାଥରକେ ୧ ଲକ୍ଷ କୋଭିଡ-୧୯ ରାପିଡ୍ ଟେଷ୍ଟିଂ ସୁବିଧା କରିବା ଲାଗି ପଦକ୍ଷେପ ନିଆଯାଇଛି ବୋଲି ନବୀନ ତାଙ୍କ ବାର୍ତ୍ତାରେ କହିଛନ୍ତି । ଏଥିସହ ଯେଉଁ ଡାକ୍ତରମାନେ ଅନୁରୋଧ ରକ୍ଷା କରି ଟେଲି-ମେଡିସିନ ସେବା ଯୋଗାଇ ଦେବା ଲାଗି ଆଗେଇ ଆସିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ।
ପ୍ରକାଶ ଯେ, ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଏହି ସଂଖ୍ୟା ୪୪ରେ ପହଞ୍ଚିଛି। ଏହାକୁ ନିୟନ୍ତ୍ରଣ କରିବାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

Leave A Reply

Your email address will not be published.