Latest Odisha News

କରୋନା ସଂକ୍ରମଣ ନେଇ ଆଠ ଜିଲ୍ଲାରେ ଚିନ୍ତା ବଢିଲା

ଭୁବନେଶ୍ୱର : ଗୁରୁବାର ଢେଙ୍କାନାଳ ସହରରୁ ଜଣେ କରୋନା ପଜିଟିଭ ରୋଗୀ ଚିହ୍ନଟ ହେବା ପରେ ଏହା ମହାମାରୀ ରାଜ୍ୟର ଆଠଟି ଜିଲ୍ଲା ଛୁଇଁଛି ।ଏଥି ସହିତ ଓଡିଶାରେ କରୋନା ପଜିଟିଭଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱରରେ ଏହି ସଂଖ୍ୟା ୩୪ ଥିବା ବେଳେ ଆଜି ୩୫କୁ ବୃଦ୍ଧି ପାଇଛି ।

ଅନ୍ୟ ପକ୍ଷରେ ଭଦ୍ରକରେ ତିନି ଜଣ, ଯାଜପୁର, କଟକ, ପୁରୀ, କେନ୍ଦ୍ରାପଡା, କଳାହାଣ୍ଡିରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ଏହି ସବୁ ଜିଲ୍ଲାରେ ଲକ୍ ଡାଉନ କଡାକଡି କରାଯିବା ସହିତ ସମ୍ଭାବ୍ୟ ସଂକ୍ରମିତଙ୍କୁ ନେଇ ପ୍ରଶାସନ ସଜାଗ ହୋଇଉଠିଛି ।

ଅନେକ ସ୍ଥାନରେ ସ୍ୱତନ୍ତ୍ର କଣ୍ଟେଣ୍ଟମେଣ୍ଟ ଜୋନ ଘୋଷଣା କରାଯାଇ ଲୋକଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ଏହା ଛଡା ବାହାର ରାଜ୍ୟରୁ ବହୁ ସଂଖ୍ୟାରେ ଲୋକ ଆସିଥିବା ଗଂଜାମ ଭଳି ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ।

Leave A Reply

Your email address will not be published.