ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ବିଶ୍ଳେଷିତ ରୂପ ଶଙ୍କର
ସଂଶ୍ଳେଷିତ ରୂପ ଶଙ୍କର
ସାଂକେତିକ ରୂପ ଶଂକର
ପ୍ରତି ରୂପରେ ଅନୁସ୍ବାର
କେଉଁ ରୂପର ବ୍ୟବହାର
କରିବା, ନିଜେ କରୁଁ ସ୍ଥିର
ହଳଂତ ଆଉ ଅନୁସ୍ବାର
କରଂତି ଲେଖାକୁ ସୁଂଦର
ମୁଗ୍ଧ ଓ ମୁଗ୍ଧ ସମାର୍ଥକ
କେଉଁଟି ପରିଷ୍କାର ଦେଖ
ଲିପିକୁ କଲେ ପରିଚ୍ଛନ୍ନ
ଘଟିବ ବିକାଶ ବର୍ଧନ
ସଂଖ୍ୟା ସବୁଠି ଦୃଶ୍ୟମାନ
ସଙ୍ଖ୍ୟା ତ ଲୁପ୍ତପ୍ରାୟ ଜାଣ
ଯାହା ଦିଶୁଛି ପରିଷ୍କାର
ତାହାକୁ କରିଛୁଁ ସ୍ବୀକାର
ସଦ୍ଭାବ, ସଦ୍ଭାବ ସମାନ
ଅର୍ଥୋଚ୍ଚାରଣ ନୁହେ ଭିନ୍ନ
ଯେଉଁ ପ୍ରକାର ପରିଚ୍ଛନ୍ନ
ତାହାକୁ କରିବା ଗ୍ରହଣ
ପୂର୍ବ ଅଭ୍ୟାସ ଦେଲେ ଛାଡ଼ି
ଭାଷା ପାରଂତା ଶୀଘ୍ର ବଢ଼ି
ଲିପିକୁ କଲେ କଷ୍ଟକର
ହୁଏନି କାହା ଉପକାର
ସରଳ କରିଦେଲେ ଲିପି
ସହଜେ ପାରେ ତାହା ବ୍ୟାପି
ଏହା ତ ସମସ୍ତଂକୁ ଜଣା
ସରଳ ଲିପି ହେଉ ଘେନା
ଏକଦା ଥିଲା ତ ସର୍ବତ୍ର
କୁକ୍କୁର, ଧର୍ମ୍ମ ଆଉ ପୁତ୍ତ୍ର
ଏବେ ତ ଦିଶୁଛି ସର୍ବତ୍ର
କୁକୁର, ଧର୍ମ ଆଉ ପୁତ୍ର
ଏଥିରେ କାହାର ଆପତ୍ତି
ରହିଛି ? କେହି ନ ଜାଣଂତି
କାଳ କୌଶଳ ଯୋଗୁଁ ଯାହା
ବଦଳିଯାଇଥାଏ ତାହା
ସଭିଏଁ ନେଇଥାଂତି ମାନି
ସର୍ବଦା ସବୁ କଥା ଜାଣି
ସ୍ବେଚ୍ଛାରେ ବଦଳିବା ପାଇଁ
କାହାର ଚେଷ୍ଟା, ନିଷ୍ଠା ନାହିଁ
ପ୍ରଥାକୁ ଚଳାଂତି ମଣିଷ
ନୁହଂତି ପରଂପରା ଦାସ
କ୍ରିୟାଶୀଳତା ହିଁ ବିକାଶ
ନିଷ୍କ୍ରିୟତାରୁ ସତ୍ତା ନାଶ
Comments are closed.