Latest Odisha News

BREAKING NEWS

ଭାଷା ଭାଗବତ : ସମ୍ମାନ ପାଇଁ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସମ୍ମାନ ପାଇଁ ଦରଖାସ୍ତ
କରିଲେ ଲେଖକ ସମସ୍ତ
ସାହିତ୍ୟ-ରବି ହେବ ଅସ୍ତ
କିଂତୁ କେହି ନୁହଂତି ବ୍ୟସ୍ତ

ମଂଦ କବି ହିଁ ଯଶପ୍ରାର୍ଥୀ
ଏ କଥା ସଭିଏଁ ଜାଣଂତି
ରଚନା ପରା ଉପହାର
ସମ୍ମାନ ନୁହେ ଦରକାର

ଲେଖକେ ପାଇଲେ ‘ରୟାଲ୍‌ଟି’
ସବୁ ସମସ୍ୟା ଯିବ ତୁଟି
ପ୍ରକାଶକଂକୁ ବିତ୍ତ ଦେଇ
କି ଲାଭ ପୁରସ୍କୃତ ହୋଇ

ଚଳାଉଁ ଏପରି ବ୍ୟବସ୍ଥା
ଲେଖକେ ହେବେନି ହୀନସ୍ତା
କେବେ ବି ଦାତାଂକର ମଥା
ବୁଝିପାରିନି ମୂଳ କଥା

ପ୍ରାଶାସନିକ କାରବାର
ପାଇଁ ପ୍ରମାଣ ଦରକାର
ନଥିଭୁକ୍ତ ହୋଇଲେ ତଥ୍ୟ
ଯୋଗ୍ୟତା ହୁଏ ପ୍ରତିଷ୍ଠିତ

ଏକଘରିଆ ହୋଇ ଆମେ
ଲାଗିପାରୁନୁ ଗୋଷ୍ଠୀ କାମେ
ସାହିତ୍ୟ ନାହିଁ କା ସହିତ
ହେଉନି କେଉଁଠି ଆଦୃତ

ଉପାୟନ ଓ ପୁରସ୍କାର
ସଂବର୍ଧନା ଓ ମାନପତ୍ର
କରିଲେ ଯେତେ ବି ପ୍ରଦାନ
ବଢ଼ୁନି ସାହିତ୍ୟର ମାନ

ଭାଷା ବି କାମଚଳା ହୋଇ
ଦୁରବସ୍ଥାରେ ଅଛି ରହି
ଏହି ବ୍ୟାଧିର ଉପଚାର
କରି ଜାଣେନି ସରକାର

Leave A Reply

Your email address will not be published.