Latest Odisha News

ଝାରସୁଗୁଡ଼ାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାରେ ଆଉ ଜଣେ କରୋନା ପଜିଟିଭ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନାନୁସାରେ ସମ୍ପୃକ୍ତ ଆକ୍ରାନ୍ତ ଜଣକ ୪୦ ବର୍ଷୀୟ ଜଣେ ମହିଳା। ସେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ରୋଗାଗ୍ରସ୍ତ ହୋଇଛନ୍ତି।

ଏଥିସହିତ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି।‌

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୬୦ ଛୁଇଁଛି । ସେଥିମଧ୍ୟରୁ ୧୦୩ଟି ସକ୍ରିୟ ମାମଲା ରହିଥିବା ବେଳେ ୫୬ ଜଣ ସୁସ୍ଥ ହୋଇଛନ୍ତି। ଏଥିସହିତ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.