Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୨

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରଥଯାତ୍ରା ସମୟରେ କିଛି ମାତ୍ରାରେ ନୀରବ ହୋଇଯାଏ। ସମସ୍ତ କାର୍ଯ୍ୟ ଆଗ ଭଳି ହୋଇନଥାଏ,। କାରଣ ଏହି ସମୟରେ ଚଳଚଞ୍ଚଳ ହୋଇଉଠେ ଶ୍ରୀଗୁଣ୍ଡିଚା ମନ୍ଦିର। କୁହାଯାଏ ଚୋଡ଼ଗଙ୍ଗ ଦେବଙ୍କ ଶାସନ କାଳରେ ଅର୍ଥାତ ୧୦୭୭ ରୁ ୧୧୪୭ ଖ୍ରୀଷ୍ଟାବ୍ଦ ମଧ୍ୟରେ ଏହି ମହାବେଦୀକୁ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ନିର୍ମାଣ ହୋଇଛି।
କିନ୍ତୁ ନାମକରଣରୁ ଲାଗୁଛି, ନିଜେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ରାଣୀ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟ ରେ ମନ୍ଦିର ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ଚୋଡ଼ଗଙ୍ଗ ଦେବ ଏହାର ପୁନଃ ମରାମତି ବା ନିର୍ମାଣ କରାଇଥିବେ।

ସେ ଯାହାହେଉ ମହାପ୍ରଭୁ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଦେଇଥିବା ବର ଅନୁସାରେ ପ୍ରତିବର୍ଷ ଏହି ମନ୍ଦିରକୁ ରଥଯାତ୍ରା ସମୟରେ ଆସି ଅବସ୍ଥାନ କରନ୍ତି। ସେ ବରଟି ଏହିପରି “ତ୍ବତୀର୍ଥତୀରେ ରାଜେନ୍ଦ୍ର ସ୍ଥାସ୍ୟାମି ପ୍ରତିବତ୍ସରମ, ସର୍ବତୀର୍ଥlନି ତସ୍ମିଂ ଶ୍ଚସ୍ଥାସ୍ୟନ୍ତି ମୟିତିଷ୍ଟତ। ” ଅର୍ଥାତ ହେ ରାଜନ ମୁଁ ଶ୍ରୀଗୁଣ୍ଡିଚା ମନ୍ଦିର ଅବସ୍ଥାନ କାଳରେ, ତ୍ରିପୁରରେ ଥିବା ସମସ୍ତ ତୀର୍ଥ (ପ୍ରାୟ ସାଢେ ତିନିକୋଟି )ଏହି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସମବେତ ହୁଅନ୍ତି। ଏହି ସମୟରେ ଇନ୍ଦ୍ରଦ୍ୟୁମ୍ନରେ ସ୍ନାନ ସାରି ଆଡପ ମଣ୍ଡପରେ ମୋତେ ଦର୍ଶନ କଲେ ମୁକ୍ତି ମିଳିଥାଏ। ମଘା ନକ୍ଷତ୍ର ଯୁକ୍ତ ପଞ୍ଚମୀ ତିଥିରେ ପିତୃ ପୁରୁଷଙ୍କ ପାଇଁ ପିଣ୍ଡ ଦାନ ବା ଶ୍ରlଦ୍ଧଦେଲେ, ସେମାନେ ବ୍ରହ୍ମଲୋକ ପ୍ରାପ୍ତ ହୁଅନ୍ତି। ଏହି ଦିନ ସ୍ନାନ ଯୋଗ ପଡିଲେ ଏହାକୁ ଦୁର୍ଲଭ ଚତୁସ୍ପାଦ ଯୋଗ କହନ୍ତି। ଏଭଳି ଯୋଗରେ ପିତୃଶ୍ରlଦ୍ଧ ଗୟା ଶ୍ରlଦ୍ଧର ଫଳ ଦେଇଥାନ୍ତି। ଏହି ସମୟରେ ମଧ୍ୟରେ ବନଜାଗରଣ ବ୍ରତ କରନ୍ତି ସେମାନେ ମୋକ୍ଷ ପାଇଥାନ୍ତି। ଆଗକୁ ଏହି ବ୍ରତ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ଜାରି ରଖିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।

ଗୁରୁ ବଚନେ ଚିତ୍ତ ସ୍ଥିର
ନିରତେ ହୋଇ ସ୍ଥିର ମନା
କ୍ରମେ ସେ ଖଣ୍ଡେ ଦୁର୍ବାସନା ।
ସଂକଳ୍ପ ତୁଟେ ନିରବ୍ଧି
ଯମlଦି ଯୋଗ ପଥ ସାଧି।
ମନକୁ ତତ୍ତ୍ୱଜ୍ଞାନେ ଆଣି
ଭକତି ଯୋଗ ପରିମାଣି ।

ଜୟ ଜଗନ୍ନାଥ (ଦ . ତ୍ରି. ଉବାଚ )
.

Leave A Reply

Your email address will not be published.