Latest Odisha News

‘ଛେଲୋ ସୋ’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ: ଚଳିତ ବର୍ଷର ଚର୍ଚ୍ଚିତ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ଏବଂ ‘ଆର୍‌ଆର୍‌ଆର୍‌କୁ’ ପଛରେ ପକାଇ ‘ଛେଲୋ ସୋ ଓସ୍କାରକୁ ମନୋନୀତ ହୋଇଛି । ଗୁଜରାଟୀ ଚଳଚ୍ଚିତ୍ର ହେଉଛି ଛେଲୋ ସୋ’ ।  ଓସ୍କାର-୨୦୨୩ ରେ ଭାରତକୁ ପ୍ରତିନିଧିତ୍ବ କରିବ ଏହି ଫିଲ୍ମ।

ଫିଲ୍ମ ଫେଡେରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି ।  ଇଂରାଜୀରେ ଏହି ଫିଲ୍ମର ଟାଇଟଲ୍‌ ରହିଛି ‘ଲାଷ୍ଟ୍‌ ଫିଲ୍ମ ସୋ’ । ଏହି ଚଳଚ୍ଚିତ୍ରକୁ ପି. ନଳୀନ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଜଣେ ୯ ବର୍ଷୀୟ ବାଳକର ସିନେମା ପ୍ରତି ଥିବା ଭଲପାଇବା ଦର୍ଶାଯାଇଛି ।  ଓସ୍କାରରେ ଶୀର୍ଷ ଅନ୍ତର୍ଜାତୀୟ ଫିଚର ଫିଲ୍ମ ‌ଶ୍ରେଣୀ‌‌ରେ ଏହି ଫିଲ୍ମ ଭାରତର ପ୍ରତିନିଧିତ୍ବ କରିବ। ଅକ୍ଟୋବର 14ରେ ଏହି ଫିଲ୍ମ ଥିଏଟରରେ ପ୍ରଦର୍ଶିତ ହେବ ।

Leave A Reply

Your email address will not be published.