ଯାଜପୁର: ଉପରେ ପାଣି ବୋତଲ ରଖି ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ । ପିକଅପ୍ ଗାଡ଼ି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଯାଜପୁର ଅବକାରୀ ବିଭାଗ । ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ଟଙ୍କା ବୋଲି କୁହାଯାଉଛି ।
ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଦଳ ପକ୍ଷରୁ ଏହି ଚଢ଼ାଉ କରା ଯାଇଥିଲା । ଥିରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲାର ଆନନ୍ଦ ଭୋଇ ଓ ଅନୁଗୁଳ ଜିଲ୍ଲାର ରେଙ୍ଗାଲବେଢା ଅଞ୍ଚଳର ଅନୀଲ ବେହେରା । ଏମାନେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଆଣି ଚାଲାଣ କରୁଥିବା ଜଣାପଡିଛି ।