Latest Odisha News

BREAKING NEWS

କବିତା : ଆବାହନୀ

ଗଦାଧର ସାହୁ

କାଶତଣ୍ଡୀ ହସେ
ନଇ ପଠାପରେ
ପିଠରେ ହସଇ ମାଆ ।
ଭରିଯିବ ଖୁସି
ସକଳ ଅନ୍ତରେ
ହସିବ ଧରିତ୍ରୀ ମାଆ ।

ଜହ୍ନ ଆଲୁଅରେ
ଆହୁରି ହସିବ
କାଶତଣ୍ଡୀ ଖିଲିଖିଲି ।
ପିଠ ଉଛୁଳିବ
ଘଣ୍ଟ ସଙ୍ଖ ନାଦେ
ହରିବୋଲ ହୁଳହୁଳି ।

ସର୍ବେ ଆନନ୍ଦିତ
ନର ନାରୀବୃନ୍ଦ
ବନ୍ଦିବେ ମାଆ ପୟରେ ।
ଲୋଡିବେ ଆଶିଷ
ଶାନ୍ତିର ପିୟୁଷ
ଭରି ଯାଉ ଘରେ ଘରେ ।

ପୂଜା ସରିଯିବ
କାଶତଣ୍ଡୀ ଥିବ
ଚାମର ସେବା କରିବ ।
ପିଠୁ ପଠା ଗଲେ
ମାଆ ମାଟି ଘଟ
ପଞ୍ଚଭୂତେ ଲିନହେବ ।

Leave A Reply

Your email address will not be published.