Latest Odisha News

BREAKING NEWS

ଭାଷା ଭାଗବତ : ଭାଷାର ସୀମିତ ବଳୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ପ୍ରଶଂସାପ୍ରାପ୍ତି ଆଶାକାରୀ
କିଛି ବି ପାରେନାହିଁ କରି
ନିରବେ କରେ ଯିଏ କାମ
ଅବଶ୍ଯ ରଟେ ତା ସୁନାମ

ଯାହାକୁ ମିଳେନି ବିଶ୍ରାମ
ତା’ର କର୍ମର ପରିଣାମ
ଭୋଗଇ ମଣିଷ ସମାଜ
ତାହା ହିଁ ହୁଅଇ ସ୍ବୀକାର୍ଯ

ନିଜ କାମରେ ରହି ବ୍ୟସ୍ତ
ଯିଏ ସକ୍ରିୟ ଆଉ ସୁସ୍ଥ
ତାହା ମନକୁ ଅନ୍ୟ ଚିଂତା
କେବେ ବି ପଶେନି ଅଯଥା

ବାହାର ଆଡ଼େ ଦେଲେ ଦୃଷ୍ଟି
ମିଳେନି ସୁଖ ଓ ସଂତୁଷ୍ଟି
ଭାବକୁ କରେ ଯିଏ ଭାଷା
ସଂଚାରି ପାରେ ସେ ଭରସା

ଭାଷାଟେ ହେଲେ ଭାବମୟ
ମନୁ ହଟେ ସଂଦେହ, ଭୟ
ସୀମିତ ହେଲେ ହେଁ ବଳୟ
ମିଳଇ ନିଶ୍ଚିତ ବିଜୟ

ଏକାକୀ ହୋଇ, ଥିଲେ ରହି
ସୁଖରେ ସମୟ ବିତାଇ
କରିପାରିବି ନୂଆ ଚିଂତା
ଦୃଢ଼ କରିବି ନିଜ ଆସ୍ଥା

ସକ୍ରିୟ ସ୍ମୃତିରେ ଯା’ ନାହିଁ
ସେ କଥା ଭାବିବି କିପାଇଁ
ମନରେ ଗଢ଼ିଲେ ସମସ୍ୟା
ସମାଧାନର ନାହିଁ ଆଶା

Leave A Reply

Your email address will not be published.