Latest Odisha News

BREAKING NEWS

କବିତା : ଶରତ ଆସିଛି ଧାଇଁ

ରାଜ କିଶୋର ନାୟକ 

ନାନା ଜାତି ଫୁଲ ଆଦର କମିଲା
କବିର ଲେଖନୀ ପାଇଁ
କାଶତଣ୍ଡୀ ଫୁଲ ଫୁଟି ହସିଲାଣି
ଶରତ ଆସିଛି ଧାଇଁ । (୦)

କାଶତଣ୍ଡୀ ଫୁଲେ ମଣ୍ଡେଇ ହେଲାଣି
ଫୁଲେଇ ନଈର ଧାର
ଗୁଣୁଗୁଣୁ ଗୀତ ତୁଠରୁ ଶୁଭଇ
ଅଳସୀ କନ୍ଯାର ସ୍ବର
କାଶତଣ୍ଡୀ ବଣେ ଲୁଚକାଳି ଖେଳେ
ନିଜକୁ ହଜାଇ ଦେଇ
ଶରତ ଆସିଛି ଧାଇଁ । (୧)

କାଶତଣ୍ଡୀ ଦେଖି କଳା ମେଘ ଏବେ
ନିଜକୁ ଦିଏ ସଜାଇ
ଧଳା ମେଘ ଖଣ୍ଡ ସୁନୀଳ ଅମ୍ବରେ
ପୋତ ପରି ଭାସୁ ଥାଇ
ଜଳ ସ୍ଥଳ ନଭ ନିର୍ମଳ ହୋଇଛି
ପାର୍ବଣ ଆସେ ପାଖେଇ
ଶରତ ଆସିଛି ଧାଇଁ । ( ୨)

ଶାରଦୀୟ ପୂଜା ମା’ ଦୁର୍ଗାଙ୍କର
ପ୍ରକୃତି ରାଣୀ ତତ୍ପର
କାଶତଣ୍ଡୀ ଫୁଲେ ପାହାଡା ବିଛାଇ
ଚାହିଁଛି ହୋଇ ଅଧୀର
ମରତେ ଶରତେ ମା’ ଉଭା ହେବେ
କଳୁଷ ନାଶିବା ପାଇଁ
ଶରତ ଆସିଛି ଧାଇଁ
ଶରତ ଆସିଛି ଧାଇଁ ।

ତଳବଙ୍ଗାଳ,କୁଶୁବେଣ୍ଟି,ବ୍ରହ୍ମଗିରି,
ପୁରୀ

Leave A Reply

Your email address will not be published.