Latest Odisha News

BREAKING NEWS

ଅନୁଗୁଳ ପୋଲିସକୁ ବଡ ସଫଳତା: ଜୁଆ ଆଡ୍ଡା ଉପରେ ଚଢାଉ, ୬ ଜୁଆଡି ଗିରଫ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ ସଫଳତା ମିଳିଛି  । ବିଇଡି କଲେଜ ପଛ ପାଖରେ ଥିବା ଏକ ବସ୍ତିରେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି  । ଏବଂ ୬ଜଣ ଜୁଆଡିଙ୍କୁ ଗିରଫ କରିଛି  । ସେମାନଙ୍କ ନିକଟରୁ ଟଙ୍କା , ମୋଟରସାଇକେଲ , ମୋବାଇଲ ସହ ଜୁଆ ସାମଗ୍ରୀ ଜବତ କରିଛି । ସୂଚନା ଅନୁସାରେ ବିଇଡି କଲେଜ ପଛ ପାଖରେ ଥିବା ଏକ ବସ୍ତିରେ ଜୁଆ ଆଡ୍ଡା ଚାଲିଥିବା ଖବର ପାଇ ଗତକାଲି ଅନୁଗୁଳ ପୁଲିସ ଚଢ଼ାଉ କରିଥିଲା ।

ଚଢ଼ାଉ ବେଳେ ଏକ ସ୍ଥାନରେ ଜରି ପାଲ ପକାଇ ଜୁଆଡି ମାନେ ଜୁଆ ଖେଳୁଥିବା ଦେଖି ପୁଲିସ ୬ ଜଣଙ୍କୁ କାବୁ କରି ନେଇଥିଲା । ଅଭିଯୁକ୍ତ ମାନେ ହେଲେ  ଖାଲାରୀ ବିଶ୍ୱାଳସାହିର ସୁଶାନ୍ତ ନାୟକ , ମଦନମୋହନପଡ଼ାର ଆନନ୍ଦ ସାହୁ , ସେହି ବସ୍ତିର ମିଥୁନ ବେହେରା , ସଞ୍ଜୟ ବାରିକ , ଚିନ୍ମୟ ଜଗଦଳା , ତୁମସିଂହର ସହଦେଵ ଗୋଛୟତ  ।  ସେମାନଙ୍କ ନିକଟରୁ ନଗଦ୧୭ ହଜାର ୫୨୦ ଟଙ୍କା ଜବତ କରିଥିଲା ପୋଲିସ  ।  ଏହା ସହ ଦୁଇଟି ମୋଟରସାଇକେଲ , ଗୋଟିଏ ସ୍କୁଟି ଓ ୬ ଟି ମୋବାଇଲ ଫୋନ ଜବତ କରାଯାଇଥିଲା ।  ପୋଲିସ ୬ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.