ମାନସ ରଞ୍ଜନ ମହାପାତ୍ର 
ନଈର ନାଁ ନଥିଲେ କଣ ଯାଏ ଆସେ
ନାଆର,ନା ନାବିକର
ଯେମିତି ବାଟର ନାଁ ନଥିଲେ
ବାଟୋଇର
କେବେ ଫୁଲକୁ ପଚାରିଛ
ନାଁ ନେଇ କଣ କରେ ସିଏ
କାହାକୁ ସେ ଭଲପାଏ
ଈଶ୍ୱର ନା ଅସୁର
ଚଢ଼େଇମାନେ ବନ୍ଦ କରିଦିଅନ୍ତି କି ଉଡ଼ିବା
ନଥାଏ ଯଦି ନାମ
ନାଁ ଯଦି ଦବ ଦିଅ ମଣିଷକୁ
ଯଥା ରାମ,ଶ୍ୟାମ,ଗୀତା,ମିତା
ନାରଦ,ରାବଣ, ଖ୍ରୀଷ୍ଟୋଫର୍ ,ମୌଲାନା
ନାଁ ଦିଅ ଧର୍ମମାନଙ୍କୁ ହିନ୍ଦୁ,ଖ୍ରୀଷ୍ଟ,ବୌଦ୍ଧ,ଜୈନ,ଇସଲାମ
ବୁହାଇଚାଲ ଯେତେପାରୁଛ ସେତେ ରକ୍ତ
ଲଣ୍ଡନରେ କି କାବୁଲରେ କି କଟକରେ
ଦେଖିବ ଗୋଟିଏ ଭୂଗୋଳ ଓ ଇତିହାସ ବହୁଥିବା ରକ୍ତର
ଦେଖିବ ନାଁ ନାହିଁ
ଭାଷାର !!
୯୮୯୧୯୪୬୧୭୮
Comments are closed.