Latest Odisha News

BREAKING NEWS

କବିତା : ମୁଁ ଆଉ ତୁମେ

ରୂପାଲୀ ପ୍ରିୟଦର୍ଶିନୀ ସାମନ୍ତରାୟ

ମୁଁ ଜାନୁଆରୀ ଆଉ ତୁମେ ଡିସେମ୍ବର
ଖୁବ୍ ପାଖା ପାଖି ଭଳି ଲାଗୁଛି ।
ହେଲେ ଆମର ଦୂରତା କେତେ
ଏ ସମୟ ହିସାବ କରି ରଖିଛି ।।
ଥରେ ଦେଖା ହେଲେ ପୁଣି ବରଷେ
ଜାନୁଆରୀ ମିଳନ ଆଶାରେ
ସେମିତି ଚାହିଁ ବସେ ।

ସମୟ ଗଡି ଯାଏ ବୟସ ବଢ଼ି ଯାଏ
ଜାନୁଆରୀ ଆସିବ
ଡିସେମ୍ବର ଚାହିଁ ଥାଏ ।

ଡିସେମ୍ବର ର ମନ ଭରିଯାଏ
ଆନନ୍ଦ ଉଲ୍ଲାସରେ ।
ଜାନୁଆରୀ ଆସେ ଆଉ ଡିସେମ୍ବର
ଚାଲିଯାଏ କ୍ଷଣକ ଭିତରେ ।।
ଜିରୋ ନାଇଟ୍ ବୋଲି ତାକୁ
ଲୋକେ କୁହନ୍ତି ।
ହେଲେ ସେ ଜାନୁଆରୀ ଆଉ ଡିସେମ୍ବର ଙ୍କ
ପ୍ରୀତିର ତିଥି ।

କ୍ଷଣକ ପରେ ଠିକ୍ ତୁମ ଭଳି
ଡିସେମ୍ବର ଚାଲିଯାଏ ।
ଆଉ ମୋ ଭଳି ଜାନୁଆରୀ ସେମିତି
ଅପେକ୍ଷା କରିଥାଏ
ଠିକ୍ ଏହି ପରି ସମ୍ପର୍କ ଆମର
ମୁଁ ଜାନୁଆରୀ ଆଉ ତୁମେ ଡିସେମ୍ବର ।

ଲକ୍ଷ୍ମୀ ନାରାୟଣ ପୁର
ପିପିଲି, ପୁରୀ

Leave A Reply

Your email address will not be published.