Latest Odisha News

BREAKING NEWS

ଶରୀରରେ ଦେଖାଦେଉଛି କି ଏ ସମସ୍ତ ଲକ୍ଷଣ, ତେବେ ହୋଇପାରେ ଭିଟାମିନ ବି ୧୨ ର ଅଭାବ

ଭୁବନେଶ୍ଵର: ଆମ ଶରୀର କୁ ବିଭିନ୍ନ ପ୍ରକାର ପୋଷାକ ତତ୍ୱ ଓ ଭିଟାମିନ ର ଆବଶ୍ୟକତା ରହିଥାଏ l ଏହି ଭିଟାମିନ ଆମ ଶରୀରକୁ ଗଠନ କରିବା ସହିତ ଆମକୁ ମଜବୁତ ରଖିବାରେ ମୁଖ୍ୟ କାର୍ଯ୍ୟ କରିଥାଏ l କିନ୍ତୁ କୌଣସି ଗୋଟିଏ ଭିଟାମିନ ର ଯଦି ସାମାନ୍ୟ କମ ବେଶୀ ହୋଇଯାଏ ତେବେ ଆମେ ଅନେକ କଷ୍ଟର ଶିକାର ହୋଇଥାଉ l ସେମିତି ମଣିଷ ନିଜକୁ ଖୁସି ରଖିବା ପାଇଁ ମଧ୍ୟ ଭିଟାମିନ ର ଅନେକ ଯୋଗଦାନ ରହିଛି, ସେହି ଭିଟାମିନ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଭିଟାମିନ ବି ୧୨ l ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭିଟାମିନ ବି ୧୨ କମିବା ଦ୍ୱାରା ମଣିଷ ମାନସିକ ଅବସାଦ ର ଶିକାର ହୋଇଥାଏ l

ଶରୀରରେ ଭିଟାମିନ ବି ୧୨ କମିବା ଦ୍ଵାରା ବିଭିନ୍ନ ପ୍ରକାରର ଲକ୍ଷଣ ଦେଖାଦିଏ । ଯେପରିକି ଥକା ଲାଗିବା ଓ ଦୁର୍ବଳ ଲାଗିବା, ନିଶ୍ଵାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା, ହାର୍ଟ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖାଦେବା, ମନ ପରିବର୍ତନ ବା ଡିପ୍ରେସନର ଶିକାର ହେବା, ନ୍ୟୁରୋଲୋଜିକାଲ ପ୍ରବ୍ଲେମ ଦେଖାଦେବା ଇତ୍ୟାଦି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଭିଟାମିନ ବି ୧୨ ଯୁକ୍ତ ଖାଦ୍ୟ ମଣିଷ ମନକୁ ପ୍ରଫୁଲ୍ଲ ରଖିବା ସହିତ ମସ୍ତିଷ୍କ ର କାର୍ଯ୍ୟ ଦକ୍ଷତା କୁ ବୃଦ୍ଧି କରିଥାଏ l

ତେବେ ଶରୀରରେ ଏହି ଭିଟାମିନ ବି ୧୨ର ଅଭାବକୁ ପୁରା କରିବା ପାଇଁ ଆପଣ ବିଭିନ୍ନ ପ୍ରକାର ମାଂସାହାରୀ ଖାଦ୍ୟ ଖାଆନ୍ତୁ । ଏଥିରେ ଭିଟାମିନ ବି ୧୨ ପ୍ରଚୁର ପରିମାଣର ରହିଥାଏ l ଯେପରିକି ମାଛ, ମାଂସ, ଅଣ୍ଡା ଇତ୍ୟାଦି ସାମାନ୍ୟ ପରିମାଣ ରେ ନିଜ ଖାଦ୍ୟ ରେ ସାମିଲ କରନ୍ତୁ l ସେହିପରି ଦୁଗ୍ଧ ଜାତୀୟ ଜିନିଷ କ୍ଷୀର, ପନିର, ଦହି ଲସି ଇତ୍ୟାଦି ଅଧିକ ପରିମାଣ ରେ ସେବନ କରିବା ଜରୁରୀ l ଏହିସବୁ ଜିନିଷ ରେ ଭିଟାମିନ ବି ୧୨ ରହିଥାଏ l ଯେଉଁମାନେ ଶାକାହାରୀ ସେମାନେ ନିଜ ଖାଦ୍ୟ ରେ ଛତୁକୁ ଶାମିଲ କରିପାରିବେ l ପ୍ରତିଦିନ ୫୦ ଗ୍ରାମ ଛତୁ ନିହାତି ଖାଇବା ଜରୁରୀ l ଏହାଛଡା ସବୁଜ ପନିପରିବା ଓ ସତେଜ ଫଳ ମଧ୍ୟ ସେବନ କରନ୍ତୁ l

 

Leave A Reply

Your email address will not be published.