Latest Odisha News

BREAKING NEWS

୧୦ କୋଟି ଭାରତୀୟ ନେଇନାହାନ୍ତି ଦ୍ୱିତୀୟ ଡୋଜ ଟିକା

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶରେ ଟିକାକରଣ ସଂଖ୍ୟା ୯୯ କୋଟି ଅତିକ୍ରମ କରିଥିବା ବେଳେ ନ୍ୟାସନାଲ କୋଭିଡ ଟାସ୍କ ଫୋର୍ସର ମୁଖ୍ୟ ଭି.କେ ପଲ କୋଭିଡ-୧୯ ଟିକାକରଣ ଅଭିଯାନରେ ଦ୍ୱିତୀୟ ଡୋଜ ନେଇ ନଥିବା ଲୋକଙ୍କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ବହୁତ କମ୍‌ ସଂଖ୍ୟକ ଲୋକ ଦ୍ବିତୀୟ ଡୋଜ ଟିକା ନେଇଛନ୍ତି। ସେ କହିଛନ୍ତି ଯେ ଅଧିକ ଲୋକ ଏହାକୁ ଶୀଘ୍ର ଗ୍ରହଣ କରିବା ଆବଶ୍ୟକ।

“୧୦ କୋଟି ଭାରତୀୟ ଏବେ ବି ଦ୍ୱିତୀୟ ଡୋଜ କରୋନା ଟିକା ନେଇନାହାନ୍ତି। ମୁଁ ସେମାନଙ୍କୁ ଅନୁରୋଧ କରୁଛି ଯେ ଟିକା ଦ୍ୱିଧାବୋଧରୁ ଦୂରେଇ ରହି ଟିକାକରଣକୁ ପ୍ରାଥମିକତା ଦେବା ଉଚିତ।

ନୀତି ଆୟୋଗ (ସ୍ୱାସ୍ଥ୍ୟ) ସଦସ୍ୟ କହିଛନ୍ତି ଯେ ଯେ କୋଭିଡ-୧୯ ଟିକାର ଦ୍ବିତୀୟ ଡୋଜ ନେବା ଦ୍ବାରା ପ୍ରତିରୋଧକ ଶକ୍ତି ବଢିଥାଏ। ମାତ୍ର ଗୋଟିଏ ଡୋଜ କେବଳ ମାରାତ୍ମକ ଭୂତାଣୁକୁ ଆଂଶିକ ପ୍ରତିରୋଧ କରିଥାଏ।

ଡା. ପଲ୍ ଚେତାବନୀ ଦେଇଛନ୍ତି ଯେ ଯଦିଓ ଦେଶରେ କୋଭିଡ୍ ମାମଲା ହ୍ରାସ ପାଉଛି, ତଥାପି ତୃତୀୟ ତରଙ୍ଗର ବିପଦକୁ ଏଡାଇ ଦିଆଯାଇପାରିବ ନାହିଁ।

Comments are closed.