ଭୁବନେଶ୍ୱର: ଓଡ଼ିଶାରେ ଦୈନିକ ସଂକ୍ରମଣ ଏବେ ପାଞ୍ଚ ହଜାର ମୁହାଁ ହେଲାଣି । ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ସଂକ୍ରମଣ ବୃଦ୍ଧି ଓଡ଼ିଶା ପାଇଁ ଟେନସନ୍ । ମୁକାବିଲା ପାଇଁ ସରକାର ସହରାଞ୍ଚଳରେ ସଟଡାଉନ୍ ଓ ନାଇଟକର୍ଫ୍ୟୁ ଜାରି କରିଛନ୍ତି । ତଥାପି କରୋନା ମାଡୁଛି । ରେଡ୍ ଜୋନରେ ଅଛି ଓଡ଼ିଶାର ୧୦ଟି ଜିଲ୍ଲା । ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି । ଏସବୁ ଜିଲ୍ଲାରେ କରୋନା ଆକ୍ଟିଭ୍ କେସ୍ ହଜାରେ ଉପରେ ରହିଛି ।

ରାଜ୍ୟରେ ବର୍ତ୍ତମାନ ୨୭ହଜାର ୮୨୧ଟି ଆକ୍ଟିଭ୍ କେସ୍ ରହିଛି । ସେଥିରୁ କେବଳ ଏହି ୧୦ ଜିଲ୍ଲାରେ ରହିଛି ୧୯ ହଜାର ୯୮୭ଟି ସକ୍ରିୟ ମାମଲା । ଯାହାକି ରାଜ୍ୟର ମୋଟ୍ ଆକ୍ଟିଭ କେସର ୭୧ପ୍ରତିଶତରୁ ଅଧିକ । ଏଥିରୁ ରେଡ୍ ଜୋନରେ ଥିବା ଖୋର୍ଦ୍ଧା, କଟକ ଓ ପୁରୀକୁ ଛାଡି ଦେଲେ ଆଉ ୭ ଜିଲ୍ଲା ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗି ରହିଛି । ସେସବୁ ଜିଲ୍ଲାରେ ସ୍ଥିତି ଉଦବେଗଜନକ ହେଉଛି ।

ଏବେ ଅରେଞ୍ଜ ଜୋନରେ ରହିଛି ୫ଟି ଜିଲ୍ଲା ନବରଙ୍ଗପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁର । ଏସବୁ ଜିଲ୍ଲାରେ ଆକ୍ଟିଭ୍ କେସ୍ ୫୦୦-୧୦୦୦ ଭିତରେ ରହିଛି । କାଲି ସୁଦ୍ଧା ନବରଙ୍ଗପୁର ଜିଲ୍ଲା କରୋନା ରେଡ୍ ଜୋନରେ ସାମିଲ ହୋଇପାରେ । କରୋନା ଚେନ୍ ଭାଙ୍ଗିବା ପାଇଁ ପଡ଼ୋଶୀ ରାଜ୍ୟ ସୀମାକୁ ସିଲ୍ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ ତୀକ୍ଷଣ ନଜର ରଖାଯାଇଛି ।
ସୀମାରେ କଡ଼ାକଡ଼ି କରାଯାଉଛି ଯାଞ୍ଚ । ସୀମାନ୍ତବର୍ତ୍ତୀ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ବି ହେଉଛି । ତଥାପି କରୋନା ସଂକ୍ରମଣରେ ଲାଗି ପାରୁନି ବ୍ରେକ୍ । କିଛି ସ୍ଥାନରେ ଲୋକ କଟକଣାକୁ ମାନୁ ନାହାନ୍ତି । ଏଭଳି ଘଡ଼ିସନ୍ଧି ମୂହୁର୍ତ୍ତରେ ସରକାରଙ୍କ ସହ ତାଳ ଦେଇ ସମସ୍ତେ ସଚେନତ ହୋଇ କରୋନା ବିରୋଧୀ ଲଢ଼େଇରେ ସାମିଲ ହେବାର ସମୟ ଆସିଛି ।
BREAKING NEWS
- କେଳୁଚରଣ କୀର୍ତ୍ତି ଶତକମ୍ :ଉନ୍ମୋଚନ ହେବ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୱେବସାଇଟ
- ‘Atal Van’ at Lok Bhavan: ଲୋକଭବନରେ ‘ଅଟଳ ବନ’କୁ ଉଦଘାଟନ କଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
- ହୋଟେଲ ଭିତରେ କରୁଥିଲେ କାମ,ପଶି ଆସିଲା ଟ୍ରାକ୍ଟର;ଚାଲିଗଲା ୨ଜଣଙ୍କ ଜୀବନ
- ଆକଳନଠାରୁ କମ୍ ବିଡିଂ ମେମୋର ପୁନଃବିଚାର ପାଇଁ ଦାବି
- ଋଷ ତୈଳ ଟ୍ୟାଙ୍କରକୁ କବଜା କଲା ଆମେରିକା!
- ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
- ଧୂରନ୍ଧର ଅକ୍ଷୟ ଖାଆନ୍ତି ନାହିଁ ଜଳଖିଆ
- ବେକରେ ବିରଳ ସାପ ଧରି ବୁଲୁଥିଲେ ଯୁବକ, ଖାଇଲେ ଚୋଟ
- ଜାନୁଆରୀ ୯ରୁ ଭୁବନେଶ୍ୱରରେ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ
- ବିଦେଶୀ ଶିକ୍ଷାର୍ଥୀଙ୍କୁ ଆକୃଷ୍ଟ କରିବାରେ କିଟ୍ ଦେଶର ୫ମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ
Comments are closed.