ଯାଜପୁର : ବଡ଼ଚଣା ବ୍ଲକ ଅଧୀନସ୍ଥ ଦର୍ପଣ ପଂଚାୟତ କୋଲସାହି ଅଂଚଳରୁ ଅଜଗର ସାପ ଉଦ୍ଧାର। ନିକଟସ୍ଥ ଜଙ୍ଗଲରୁ ଏହି ଅଜଗର ସାପଟି ଗାଁ ଅଭିମୁଖେ ଚାଲି ଆସିଥିବା ବେଳେ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ଏ ନେଇ ସ୍ଥାନୀୟ ଲୋକେ ଚଣ୍ଡିଖୋଲ ବନ ବିଭାଗକୁ ଜଣାଇଥିଲେ। ଘଟଣା ସ୍ଥଳରେ ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରି ସ୍ଥାନୀୟ ବାରୁଣାବନ୍ତ ପାହାଡ଼ରେ ଛାଡି ଦେଇଥିବା ସୂଚନା ମିଳିଛି। ଅଜଗରଟିର ଲମ୍ବ ୧୦ ଫୁଟ ରହିଥିବା ବେଳେ ବିଭିନ୍ନ ସମୟରେ ଖାଦ୍ୟ ଅନ୍ୱେଷଣରେ ସ୍ଥାନୀୟ ଜଙ୍ଗଲରୁ ଅଜଗର ସାପ ଜନବସତି ଆଡ଼କୁ ଚାଲି ଆସୁଥିବା ଦେଖିବାକୁ ମିଳୁଛି।
BREAKING NEWS
- ଇଣ୍ଡିଆ କେମ୍ ୨୦୨୬: ଓଡ଼ିଶାରେ ନୂତନ ରାସାୟନିକ ଓ ସାର ଉତ୍ପାଦନ ପ୍ରକଳ୍ପ ପାଇଁ MOU ସ୍ୱାକ୍ଷରିତ
- ପ୍ରଖ୍ୟାତ ସଂସ୍କୃତ ବିଦ୍ୱାନ ଗୋପୀନାଥ ମହାପାତ୍ରଙ୍କର ଦେହାନ୍ତ
- Priyanka vs Rahul in Congress: ଭାଇ-ଭଉଣୀଙ୍କ ଭିତରେ ଫାଟ? ରାଇହାନଙ୍କ ୭୪ ଫଟୋ ହଟିବା ବିବାଦରେ ବଢିଲା ରାଜନୀତି!
- ୧୨ ଲକ୍ଷରୁ ଉର୍ଦ୍ଧ୍ବ ସରକାରୀ ଟଙ୍କା ହରିଲୁଟ; ପୂର୍ବତନ GRS ଓ ଗ୍ରାମସେବକ ଗିରଫ
- Public Grievance: ବାତ୍ୟା ଆଶଙ୍କା! ଏହି ସୋମବାର ଲୋକଙ୍କ ଅଭିଯୋଗ ଶୁଣିବେନି ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି…
- ସମ୍ଭାବ୍ୟ ବାତ୍ୟା ପାଇଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ; ତୁରନ୍ତ କାର୍ଯ୍ୟରେ ଯୋଗ…
- ଓଡ଼ିଶାକୁ ବାତ୍ୟା ଭୟ! ୨୬ରେ ବଙ୍ଗୋପସାଗରରେ…
- ତିଦ୍ଦତରେ ଭୂକମ୍ପ ଝଟ୍କା, ରିକ୍ଟର ସ୍କେଲରେ ୪.୫…
- କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ପ୍ରତିଶ୍ରୁତି ୨୦୨୮ ଅକ୍ଟୋବର ୨୩ ସୁଦ୍ଧା ଆସିବ ସମ୍ପୂର୍ଣ୍ଣ ଭାରତୀୟ ସ୍ମାର୍ଟଫୋନ୍
- India Chem 2026:ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା;ଓଡ଼ିଶାକୁ ଆସିବ ୫୪ ହଜାର କୋଟିର ପୁଞ୍ଜି,୨୦,୦୦୦ ନିଯୁକ୍ତି ସୁଯୋଗ

Comments are closed.