Latest Odisha News

BREAKING NEWS

ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା: ପର୍ଯ୍ୟଟକଙ୍କ ଲାଗି ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ । ଦୀର୍ଘ ୪ ମାସ ପରେ ନଭେମ୍ବର ୧ରୁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିବ । ଜୁନ୍ ୧୫ରୁ ମୌସୁମୀ ଋତୁ ଆରମ୍ଭରୁ ଶିମିଳିପାଳ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ନଭେମ୍ବର ପହିଲାରୁ ପର୍ଯ୍ୟଟକ ଜଶୀପୁର ଓ ପିଠାବଟା ଗେଟ୍ ଦେଇ ଅଭୟାରଣ୍ୟକୁ ପ୍ରବେଶ କରି ପାରିବେ ।

ଜଶୀପୁର ଚେକ୍ ପଏଣ୍ଟ ଦେଇ ୩୫ଟି ଚାରି ଚକିଆ ଗାଡ଼ି ଏବଂ ପିଠାବଟା ଦେଇ ୨୫ଟି ଗାଡ଼ି ସକାଳ ୬ଟାରୁ ୯ଟା ମଧ୍ୟରେ ପ୍ରବେଶ କରି ପାରିବେ । ଅଭୟାରଣ୍ୟ ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାର ବାରଣ କରାଯାଇଛି । ପର୍ଯ୍ୟଟକମାନେ ପାର୍କ ଭିତରେ ଥିବା ଜାମୁଆଣି, ରାମତୀର୍ଥ ଏବଂ କୁମାରୀ ସ୍ଥିତ କଟ୍ଟେଜରେ ରହି ପାରିବେ ।

୨୭୫୦ ସ୍କୋୟାର୍ କିଲୋମିଟର ପରିବ୍ୟାପ୍ତ ଶିମିଳିପାଳ ଅଭୟାରଣ୍ୟରେ ୧୦୭୬ ପ୍ରକାର ଔଷଧୀୟ ବୃକ୍ଷ ରହିଥିବା ବେଳେ ୧୦୨ ପରିବାର ବାସ କରୁଛନ୍ତି ।

Leave A Reply

Your email address will not be published.