Latest Odisha News

BREAKING NEWS

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୦ଟି ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଧିରେଧିରେ ଜଳସ୍ତର କମୁଥିବା ଯୋଗୁଁ ଡ୍ୟାମ୍ କର୍ତ୍ତୃପକ୍ଷ ମଙ୍ଗଳବାର ଦିନ ୧୦ଟି ଗେଟକୁ ବନ୍ଦ କରିଦେଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରେ ବର୍ଷାର ପରିମାଣ କମିଥିବା ଯୋଗୁଁ ପ୍ରାୟ ୧୦ଟି ଗେଟ୍ ବନ୍ଦ କରିବା ଲାଗି କର୍ତ୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ତେବେ ଏହି ଗେଟ୍ ବନ୍ଦ ହେବାପରେ ବର୍ତ୍ତମାନ ସମୟରେ ମାତ୍ର ୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୧୫ ତାରିଖ ଦିନ ଜଳ ନିଷ୍କାସନ ଲାଗି ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜଳଭଣ୍ଡାରର ୨୦ଟି ସୁଇସ୍ ଗେଟ୍ ଖୋଲାଯାଇଥିଲା । ପରବର୍ତ୍ତୀ ସମୟରେ ସେଥିମଧ୍ୟରୁ ୧୦ଟି ଗେଟକୁ ବନ୍ଦ କରିଦିଆଯାଇଥିଲା । ସେହିପରି ଶନିବାର ଦିନ ତନ୍ମଧ୍ୟରୁ ଆଉ ୫ଟି ଗେଟକୁ ବନ୍ଦ କରାଯାଇଥିଲା । ପରେ ପର୍ଯ୍ୟାୟକ୍ରମରେ ଆଉ ୨ଟି ଓ ୭ଟି ଗେଟ୍ ଖୋଲାଯାଇଥିଲା ।

Leave A Reply

Your email address will not be published.