Latest Odisha News

BREAKING NEWS

ସ୍କୁଲ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା:୧୦ରୁ ଅଧିକ ଆହତ

ଝାରସୁଗୁଡ଼ା :ଝାରସୁଗୁଡ଼ା ବେଳପାହାଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି l ଏହି ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ବେଳପାହାଡ଼ର ଏକ ଘରୋଇ ହସ୍ପିଟାଲ ଏବଂ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ,୪୯ ନମ୍ବର ଜାତୀୟ ରାଜପଥର ଝାରସୁଗୁଡା- ବେଲପାହାଡ ରାସ୍ତା ତାରିଣୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ହୋଇଛି । ଘରୋଇ ସ୍କୁଲର ବସ୍ ବନ୍ଧବାହାଲରୁ ଝାରସୁଗୁଡା ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି।  ଏହି ବସ ରେ ୨୦ରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ଥିବା ସୂଚନା ମିଳିଛି । ଦୁର୍ଘଟଣାର ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.