Latest Odisha News

BREAKING NEWS

ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ତାରକୁ ଉଚ୍ଛେଦ ଦାବି ନେଇ ଖଡ଼ିଆଳ ସିନାପାଲି ରାସ୍ତା ଅବରୋଧ

ନୁଆପଡ଼ା: ଖଡ଼ିଆଳ ସିନାପାଲି ମୁଖ୍ୟ ରାସ୍ତା ଡୁଆଝର ନିକଟରେ ରାସ୍ତାରୋକ କରି ଆନ୍ଦୋଳନ କରିଛନ୍ତି ଡୁଆଝର ଗ୍ରାମବାସୀ । ଫଳରେ ସିନାପାଲି ଖଡ଼ିଆଳ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏଠାରେ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଡୁଆଝର ଗାଁରେ ବିଦ୍ୟୁତ୍ ଆଘାତରେ ଆହତ ଛାତ୍ରର ଚିକିତ୍ସା ସହ ବିପଦ ସଙ୍କୁଳ ଅବସ୍ଥାରେ ଥିବା ବିଦ୍ୟୁତ୍ ତାରକୁ ଉଚ୍ଛେଦ ଦାବି ନେଇ ଗ୍ରାମବାସୀ ସିନାପାଲିରୁ ଖଡିଆଳକୁ ସଂଯୋଗ କରିଥିବା ରାସ୍ତା ଅବରୋଧ କରିଛନ୍ତି।

ସୂଚନା ଅନୁସାରେ ଡୁଆଝର ଗାଁର ଯକ୍ତାନନ୍ଦ ମେହେରଙ୍କ ୧୭ବର୍ଷୀୟ ପୁଅ ଗତ ୧୩ ତାରିଖ ଦିନ ନିଜ ଘର ଛାତକୁ ଯାଉଥିବା ବେଳେ ଘର ଉପର ଦେଇ ଯାଇଥିବା ୩୩କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ନିଜ ଗୁରୁତର ପୁଅକୁ ପରିବାର ଲୋକେ ଖଡିଆଳ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ରାୟପୁରର ଏକ ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଘର ଉପରେ ଥିବା ବିପଦ ସଙ୍କୁଳ ବିଦ୍ୟୁତ୍ ତାରକୁ ସ୍ଥାନାନ୍ତର ପାଇଁ ପରିବାର ଲୋକେ ବାରମ୍ବାର ଜଣାଇଥିଲେ ହେ ବିଭାଗର ନିରବତା ଯୋଗୁଁ ଏଭଳି ଘଟଣା ଘଟିଛି।

ଗୁରୁତର ପୁଅ ପାଇଁ ଚିକିତ୍ସା ସହାୟତା ସହ ବିଦ୍ୟୁତ୍ ତାର ସ୍ଥାନାନ୍ତର ପାଇଁ ପରିବାର ଓ ଗ୍ରାମବାସୀ ଦାବି କରିବା ସହ ରାସ୍ତା ଅବରୋଧ କରିଛନ୍ତି। ଦାବି ପୁରଣ ନହେଲେ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଘଟଣାସ୍ଥଳରେ ଖଡ଼ିଆଳ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ସମାଧାନ ପାଇଁ ଆଲୋଚନା ଜାରି ରଖିଛି।

Leave A Reply

Your email address will not be published.