Latest Odisha News

BREAKING NEWS

ଗାଁରେ ଗୋଷ୍ଠୀ ସଂଘର୍ଷ,୧୦ ଗୁରୁତର

ଭୁବନ : ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ପରିବାରର ୧୦ ଗୁରୁତର ଆହତ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଷଳ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇଟି ପରିବାରର ୧୦ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

ଗୋଟିଏ ପରିବାର ନାଁରେ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି ଆଉ ଏକ ପରିବାର । ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରିବାକୁ ଯାଇ ଯୁବତୀଙ୍କ ପରିବାରର ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଆହତ ଅବସ୍ଥାରେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ସେହିପରି ଅନ୍ୟ ଏକ ପରିବାରର ଅଭିଯୋଗ ଅନୁଯାୟୀ ଛୁଆଙ୍କ ମଧ୍ୟରେ ବଚସା ହୋଇଥିଲା । ଏବଂ ଆଜି ସେହି କଥାକୁ ନେଇ ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଫଳରେ ତାଙ୍କ ପରିବାରର ୫ ଜଣ ସଦସ୍ୟ ଗୁରୁତର ଆହତ ହୋଇଥିଲେ । ଏବଂ ସେମାନଙ୍କୁ ମଧ୍ୟ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଏ ନେଇ ଉଭୟ ପକ୍ଷରୁ ଭୁବନ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.