Latest Odisha News

BREAKING NEWS

କ୍ଷୟକ୍ଷତି ଆକଳନ ପାଇଁ ଗାଁରେ ବୁଲିଲେ କେନ୍ଦ୍ରୀୟ ଟିମ୍

ଭଦ୍ରକ: ବାତ୍ୟା ଚାଲିଯାଇଛି । ଧୀରେ ଧୀରେ ସୁଧୁରୁଛି ଲୋକଙ୍କ ସ୍ଥିତି । ସେହିଭଳି ଭଦ୍ରକରେ ବହୁ କ୍ଷତି ହୋଇଥିବାବେଳେ ସେଠାରେ କ୍ଷୟକ୍ଷତି ଆକଳନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍ । ଭଦ୍ରକ ଜିଲ୍ଲାରେ ହୋଇଥିବା ବାତ୍ୟା କ୍ଷୟକ୍ଷତି ସାଙ୍ଗକୁ ଲୋକଙ୍କର ସ୍ଥିତି କିଭଳି ରହିଛି ଅନୁଧ୍ୟାନ ପାଇଁ ପହଁଚିଛନ୍ତି କେନ୍ଦ୍ରୀୟ ଟିମ । ଧାମରା ହେଲିପ୍ୟାଡ଼ରେ ପହଞ୍ଚିବା ପରେ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଛନ୍ତି ।

ଏହି ଟିମ୍ରେ ଅଛନ୍ତି କୃଷି ମନ୍ତ୍ରଣାଳୟ ନିର୍ଦ୍ଦେଶକ ବିପୁଳ କୁମାର ଶ୍ରୀବାସ୍ତବ,ଯୁଗ୍ମ ସଚିବ ସୁରଜ କୁମାର ପ୍ରଧାନ ଓ ଶାଶ୍ୱତ ମହାପାତ୍ର । ସେମାନଙ୍କ ସହ ଭଦ୍ରକ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଛନ୍ତି । ତେବେ ସମସ୍ତ କ୍ଷୟକ୍ଷତି ଆକଳନ କରାଯାଇ ରିପୋର୍ଟ ଦିଆଗଲା ପରେ ଲୋକଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଦିଆଯିବ ।।

Leave A Reply

Your email address will not be published.