Latest Odisha News

BREAKING NEWS

କରୋନାରେ ରାଜ୍ୟରୁ ଆଉ ୧୦ ଜଣଙ୍କର ମୃତ୍ୟୁ, ମୃତ୍ୟୁସଂଖ୍ୟା ୪୯୨

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୬ଟି ଜିଲ୍ଲାର ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ଦୁଇ ଜଣ ମହିଳା ଓ ୮ ପୁରୁଷ ।

କନ୍ଧମାଳ ଜିଲ୍ଲାରୁ ୩, ଖୋର୍ଦ୍ଧା- ୩ (ଭୁବନେଶ୍ୱରରୁ ଜଣେ) ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ରାୟଗଡ଼ା, ସୁନ୍ଦରଗଡ଼, ଗଞ୍ଜାମ, ନୟାଗଡ଼ରୁ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଜଣେ ଲେଖାଏଁ ସଂକ୍ରମିତ ।

ମୋଟ୍ ମୃତ୍ୟୁସଂଖ୍ୟା ୪୯୨କୁ ବୃଦ୍ଧି ପାଇଛି । ରାଜ୍ୟରେ କରୋନା ମୃତ୍ୟୁହାର ରହିଛି ୦.୪୭% ।

କନ୍ଧମାଳ ଜିଲ୍ଲାର ମୃତକ
➡️ ୪୩ ବର୍ଷୀୟ ପୁରୁଷ ➡️୫୮ ବର୍ଷୀୟ ପୁରୁଷ ➡️୪୨ ବର୍ଷୀୟ ପୁରୁଷ

ଖୋର୍ଦ୍ଧା ଜିଲ୍ଲାର ମୃତକ
➡️୫୬ ବର୍ଷୀୟ ପୁରୁଷ (ଭୁବନେଶ୍ୱର) ➡️୬୦ ବର୍ଷୀୟ ବୃଦ୍ଧ ➡️୬୦ ବର୍ଷୀୟ ମହିଳା

➡️ସୁନ୍ଦରଗଡ଼- ୭୧ ବର୍ଷୀୟ ବୃଦ୍ଧ ➡️ରାୟଗଡ଼ା- ୫୪ ବର୍ଷୀୟ ପୁରୁଷ ଆକ୍ରାନ୍ତ
➡️ନୟାଗଡ଼- ୭୩ ବର୍ଷୀୟ ବୃଦ୍ଧା ➡️ଗଞ୍ଜାମ- ୪୮ ବର୍ଷୀୟ ପୁରୁଷ

Leave A Reply

Your email address will not be published.