Latest Odisha News

BREAKING NEWS

ସୋନପୁର ଓ ବଲାଙ୍ଗିରରୁ ପ୍ରଥମ ମୁଣ୍ଡ ନେଲା କରୋନା, ରାଜ୍ୟରେ ଆଉ ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୧୦ ଜୀବନ ଯାଇଛି । ସୋନପୁର ଓ ବଲାଙ୍ଗିର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି ପ୍ରାଣଘାତୀ ଭାଇରସ୍ । ସେହିପରି ଗଞ୍ଜାମ ଓ ଭୁବନେଶରରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ଭଦ୍ରକ, ବଲାଙ୍ଗିର, ସୋନପୁର, କନ୍ଧମାଳ, ଯାଜପୁର ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୪୩କୁ ବୃଦ୍ଧି ପାଇଛି ।

ମୃତକଙ୍କ ସମ୍ପର୍କରେ ସୂଚନା
୧. ଭଦ୍ରକ- ୭୫ ବର୍ଷୀୟ ପୁରୁଷ ଆକ୍ରାନ୍ତ                 ୨. ଭୁବନେଶ୍ୱର- ୩୨ ବର୍ଷୀୟ ମହିଳା
୩. ଭୁବନେଶ୍ୱର- ୫୫ ବର୍ଷୀୟ ପୁରୁଷ ଆକ୍ରାନ୍ତ             ୪. ବଲାଙ୍ଗିର- ୬୨ ବର୍ଷୀୟ ବୃଦ୍ଧ
୫. କଟକ- ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତ                  ୬. ଗଞ୍ଜାମ- ୬୭ ବର୍ଷୀୟ ବୃଦ୍ଧ

୭. ଗଞ୍ଜାମ- ୫୫ ବର୍ଷୀୟ ପୁରୁଷ                        ୮. ଯାଜପୁର- ୬୦ ବର୍ଷୀୟ ବୃଦ୍ଧ
୯. କନ୍ଧମାଳ- ୫୯ ବର୍ଷୀୟ ପୁରୁଷ ଆକ୍ରାନ୍ତ               ୧୦. ସୋନପୁର- ୪୫ ବର୍ଷୀୟ ପୁରୁଷ

Leave A Reply

Your email address will not be published.