Latest Odisha News

BREAKING NEWS

ଧୋନୀଙ୍କ ଜର୍ସି ନମ୍ବର ୭କୁ ମଧ୍ୟ ଅବସର ଦିଆଯାଉ : ଦୀନେଶ

ରାଂଚି: ମହେନ୍ଦ୍ର ସିଂ ଧୋନୀ ଶନିବାର ଅନ୍ତର୍ଜାତୀୟ କ୍ରିକେଟକୁ ଅବସର ଘୋଷଣା କରିଛନ୍ତି । ଭାରତ ପାଇଁ ସେ ଅନେକ ସମ୍ମାନ ଆଣିଥିବାରୁ ଧୋନୀଙ୍କ ୭ ନମ୍ବର ଜର୍ସିକୁ ମଧ୍ୟ ଅବସର ଦିଆଯାଉ ବୋଲି ଉଇକେଟକିପର ଦୀନେଶ କାର୍ତିକ କହିଛନ୍ତି । ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦ ନମ୍ବର ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି । ଏହି ନମ୍ବର ଜର୍ସି ପିନ୍ଧି ଅନ୍ୟ ଖେଳାଳିମାନେ ଖେଳିପାରିବେ ନାହିଁ । ତେନ୍ଦୁଲକର ୨୦୧୭ରେ ଅବସର ଘୋଷଣା କରିଥିଲେ । ଏହା ପରେ ଶାର୍ଦ୍ଦୁଳ ଠାକୁର ୧୦ ନମ୍ବର ଜର୍ସିରେ ଖେଳିଥିଲେ ।

ତେବେ ପ୍ରଶଂସକମାନଙ୍କୁ ଏହା ପସନ୍ଦ ଆସି ନ ଥିଲା । ସେମାନେ ସଚିନଙ୍କ ସମ୍ମାନାର୍ଥେ ତାଙ୍କ ଜର୍ସିକୁ ମଧ୍ୟ ଅବସର ଦେବା ପାଇଁ ଦାବୀ କରିଥିଲେ । ଏହା ପରେ ବିସିସିଆଇ ଜର୍ସିକୁ ମଧ୍ୟ ଅବସର ଦେଇଥିଲେ । ଧୋନୀଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରିବା ପାଇଁ କାର୍ତିକ ଦାବୀ କରିବା ପରେ ପ୍ରଶଂସକମାନେ ତାଙ୍କୁ ସମର୍ଥନ କରିଛନ୍ତି ।

Leave A Reply

Your email address will not be published.