Latest Odisha News

BREAKING NEWS

ଖୋର୍ଦ୍ଧା ଜିଲ୍ଲାରେ କରୋନାର ଲମ୍ବା ଡିଆଁ, ଏକାଥରକେ ଚାରି ଶହ ପାର

ଖୋର୍ଦ୍ଧା: କରୋନା କାୟା ଖୋର୍ଦ୍ଧା ଜିଲ୍ଲାରେ ମାଡ଼ି ଚାଲିଛି । ପ୍ରତିଦିନ ନୂଆ ନୂଆ ରେକର୍ଡ କରୁଛି । ଗୋଟିଏ ଦିନରେ ଏକାଥରରେ ଚାରି ଶହ ପାର କରିଛି ପଜିଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ରେକର୍ଡ ୪୮୮ ନୂଆ ଆକ୍ରାନ୍ତ । ଏପର‌୍ୟ୍ୟନ୍ତ ସବୁଠୁ ଅଧିକ । ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୬୫୦କୁ ବୃଦ୍ଧି ପାଇଛି ।

ଅଗଷ୍ଟର ୧୫ ଦିନରେ ୪୧୬୫ ନୂଆ ପଜିଟିଭ୍
ଅଗଷ୍ଟରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରି ଚାଲିଛି । ପ୍ରତିନି ଦୁଇ ଶହ ଉପରେ ରହୁଛି ପଜିଟିଭ୍ କେସ୍ । ଅଗଷ୍ଟ ୧ରୁ ଆଜି ଭିତରେ ଚିହ୍ନଟ ହୋଇଛନ୍ତି ୪ ହଜାର ୧୬୫ ଭୂତାଣୁ ସଂକ୍ରମିତ । ଅର୍ଥାତ ମୋଟ୍ ଆକ୍ରାନ୍ତଙ୍କ ୪୮ ପ୍ରତିଶତ କେବଳ ଏହି ୧୫ ଦିନରେ ବାହାରିଛନ୍ତି ।

ଖୋର୍ଦ୍ଧାରେ ସଂକ୍ରମଣକୁ ପୂରିଲା ପାଞ୍ଚ ମାସ
ଗଞ୍ଜାମ ପରେ ରାଜ୍ୟରେ କରୋନାର ରେଡହଟ୍ ଜିଲ୍ଲା ହୋଇଛି ଖୋର୍ଦ୍ଧା । ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲାରୁ ପ୍ରଥମ ଆକରାନ୍ତ ଚିହ୍ନଟ ହୋଇଥିଲେ । ଆଜିକୁ ଠିକ୍ ପାଞ୍ଚ ମାସ ପୂରିଛି । ଏହି ସମୟରେ ସଂଖ୍ୟା ୧ରୁ ବଢ଼ି ୮ ହଜାର ପାର କରିଛି । ଗତକାଲି ସର୍ବାଧିକ ୩୭୮ ଜଣ ପଜିଟିଭି ଚିହ୍ନଟ ହୋଇଥିଲେ । ଆଜି କରୋନା ସଂକ୍ରମଣରେ ନୂଆ ରେକର୍ଡ ନିଜ ନାଁରେ କରିଛି ଖୋର୍ଦ୍ଧା ଜିଲ୍ଲା ।

କରୋନା ମୁକାବିଲା କ୍ଷେତ୍ରରେ ଏବେ ଫୋକସରେ ଖୋର୍ଦ୍ଧା ଜିଲ୍ଲା । ରାଜ୍ୟରେ ଅଧିକ ଆକ୍ଟିଭ୍ କେସ୍ ଏହି ଜିଲ୍ଲାରୁ ଅଛନ୍ତି । ଏବେ ଚିକିତ୍ସାଧୀନ ଅଛନ୍ତି ୩ ହଜାର ୫୮୨ କରୋନା ଆକ୍ରାନ୍ତ । ସୁସ୍ଥ ହେଲେଣି ୪ ହଜାର ୭୪୬ ସଂକ୍ରମିତ ।

Leave A Reply

Your email address will not be published.