Latest Odisha News

BREAKING NEWS

ଭୟ ବଢାଉଛି ଓମିକ୍ରନ୍‌; ରାଜଧାନୀରୁ ଆଉ ୧୦ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଓମିକ୍ରନ୍‌ର ପେଣ୍ଠସ୍ଥଳୀ ସାଜିଛି ରାଜଧାନୀ ଦିଲ୍ଲୀ। ଦିଲ୍ଲୀରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ମାମଲା ବଢିବାରେ ଲାଗିଛି। ଶୁକ୍ରବାର ଦିନ ରାଜଧାନୀରେ ଓମିକ୍ରନ୍ ଭାରିଆଣ୍ଟର ୧୦ ଟି ନୂଆ ମାମଲା ରିପୋର୍ଟ ହୋଇଛି।

ଏହାକୁ ମିଶାଇ ଦିଲ୍ଲୀରେ ଓମିକ୍ରନ୍ ସଂକ୍ରମଣର ମୋଟ ମାମଲା ୨୦କୁ ବୃଦ୍ଧି ପାଇଛି। ତେବେ, ଏହି ଲୋକମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ବର୍ତ୍ତମାନ ଡିସଚାର୍ଜ କରାଯିବା ଏକ ଆଶ୍ବସ୍ତିକର ଖବର ହୋଇଛି। ଏହିପରି, ରାଜଧାନୀରେ ଓମିକ୍ରନ୍ ଭାରିଆଣ୍ଟର ସକ୍ରିୟ ମାମଲା ସଂଖ୍ୟା ବର୍ତ୍ତମାନ ମାତ୍ର ୧୦।

Comments are closed.