Latest Odisha News

ଜେପିସିରୁ ନିଲମ୍ବିତ ହେଲେ ୧୦ ସାଂସଦ

ନୂଆଦିଲ୍ଲୀ: ଆଜି ସଂସଦ ପରିସରରେ ୱାକଫ ସଂଶୋଧନ ବିଲ୍, ୨୦୨୪ ଉପରେ ମିଳିତ ସଂସଦୀୟ କମିଟି (ଜେପିସି)ର ଏକ ବୈଠକ ବସିଥିବା ବେଳେ ଏଥିରେ ହଙ୍ଗାମା କରିଥିଲେ ବିରୋଧୀ ସାଂସଦ । ଯେଉଁଥିରେ ଅଧ୍ୟକ୍ଷ ଅତିଷ୍ଟ ହୋଇ ପରିଶେଷରେ ବିରୋଧୀ ଦଳର ୧୦ ଜଣ ସାଂସଦଙ୍କୁ ନିଲମ୍ବନ କରିଥିଲେ ।

ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ, ଏଆଇଏମଆଇଏମ ସାଂସଦ ଅସାଦୁଦ୍ଦିନ ଓଏସୀ, କଂଗ୍ରେସର ନାସିର ହୁସେନ, ମୋଦ୍ ଜାଓ୍ବେଦ୍ (କଂଗ୍ରେସ), ଏ ରାଜା (ଡିଏମକେ), ମୋହିବୁଲ୍ଲା (ସମାଜବାଦୀ ପାର୍ଟି), ଏମ ଅବଦୁଲ୍ଲା (ଡିଏମକେ), ଅରବିନ୍ଦ ସାୱନ୍ତ (ଶିବସେନା ୟୁବିଟି), ନାଦିମ ଉଲ ହକ (ଟିଏମସି) ଏବଂ ଇମ୍ରାନ ମାସୁଦ (କଂଗ୍ରେସ), ୧୦ ବିରୋଧୀ ସାଂସଦ ରହିଛନ୍ତି । ସଂସଦ ପରିସରରେ ବୈଠକ ବେଳେ ହଙ୍ଗାମା କରିବାରୁ ଏମାନଙ୍କୁ ଦିନକ ପାଇଁ ସସ୍‌ପେଣ୍ଡ୍‌ କରାଯାଇଛି ।

ଅନ୍ୟପଟେ ଏହାକୁ ନେଇ ବର୍ଷିଛନ୍ତି ନିଲମ୍ବିତ ସାଂସଦ । ଅଧ୍ୟକ୍ଷ ତାଙ୍କ ମନମାନି କରୁଥିଲେ ବୋଲି ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା କଥା, ବୈଠକ ସମୟରେ ଯେମିତି ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା । ପ୍ୟାନେଲର ଅଧ୍ୟକ୍ଷ କାହାରି କଥା ଶୁଣି ନଥିଲେ । ଆଉ ବିଜେପି ସାଂସଦମାନେ ଭାବୁଥିଲେ ଯେ, ସେମାନେ ଉପ-ପ୍ରଧାନମନ୍ତ୍ରୀ ଏବଂ ଉପ-ଗୃହମନ୍ତ୍ରୀ ।

Comments are closed.