Latest Odisha News

BREAKING NEWS

ଝାଡ଼ାବାନ୍ତିରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ

ନବରଙ୍ଗପୁର: ଝାଡ଼ାବାନ୍ତିରେ ୧୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ। ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ସ୍ଥିତ ନବୋଦୟ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଝାଡାବାନ୍ତିର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ। ଏନେଇ ସ୍ୱାସ୍ଥ୍ୟ ଟିମ ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁସାରେ ଗୁରୁବାର ୯ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହେବା ପରେ ସେମାନଙ୍କୁ ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କର ଚିକିତ୍ସା କରାଯାଇଥିଲା। ଆଜି ଆଉ ୫ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଆଜି ପୁଣି ସମସ୍ତଙ୍କର ଝାଡାବାନ୍ତି ହେଉଥିବା ଖବର ପାଇ ଏକ ଡାକ୍ତରୀ ଟିମ ବିଦ୍ୟାଳୟ ପହଂଚିବା ବେଳେ ୧୫୦ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଏଭଳି ଡ଼ାଇରିଆରେ ଆକ୍ରାନ୍ତ ଥିବା ଜଣାପଡିଥିଲା ।

ଡାକ୍ତରି ଟିମ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଚିକିତ୍ସା ଜାରି ରଖିଛନ୍ତି। ଘଟଣା ପରେ ସ୍କୁଲରେ ପହଞ୍ଚି ମେଡିକାଲ ଟିମ୍‌ ଯାଞ୍ଚ ଆରମ୍ଭ କରିଦେଇଛନ୍ତି। କେଉଁ ପରିସ୍ଥିତିରେ ଏହି ଝାଡାବାନ୍ତି ବ୍ୟାପିଛି ତାର କାରଣ ଜଣାପଡିନଥିବା ବେଳେ, ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ ପାଣି ଆଉ ଖାଦ୍ୟର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠେଇଥିବା ଜଣାପଡିଛି। ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

 

Comments are closed.