Latest Odisha News

BREAKING NEWS

କାରକୁ ଧକ୍କା ଦେଲା ପିକ୍‌ଅପ୍, ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

ରାୟପୁର: ରାସ୍ତାରେ ଛିଡା ହୋଇଥିଲା କାରକୁ ଧକ୍କା ଦେଲା ପିକ ଅପ୍ । ଛତିଶଗଡ଼ର ବେମେତରାରେ ରବିବାର ଏପରି ଏକ ଦୁର୍ଘଟଣା ଘଟିଛି । ପିକଅପଟି ଧକ୍କା ଦେବାରୁ ୩ ଶିଶୁଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇ ରାୟପୁର ଏମ୍ସରେ ଭର୍ତ୍ତି ହୋଇଛନ୍ତି।

ପୀଡ଼ିତମାନେ ଏକ ପାରିବାରିକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ପିକ୍ ଅପ ରାଜପଥରେ ଛିଡ଼ା ହୋଇଥିବା ଏକ କାରକୁ ଧକ୍କା ଦେଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ପଥରା ଗ୍ରାମର ବାସିନ୍ଦା ତିରାଇଆ ଗ୍ରାମରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିଲେ। ପୋଲିସ ଏବଂ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି।

Leave A Reply

Your email address will not be published.