Latest Odisha News

ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବୋଲେରୋ, ୧୦ ଆହତ

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗନ୍ତ ୧୪୩ ନମ୍ବର ଜାତୀୟ ରାଜପଥ ଧାନ ଘର ନିକଟରେ ଦୁର୍ଘଟଣା। ଭାରସାମ୍ୟ ହରାଇ ଡିଭାଇଡରରେ ପିଟିହେଲା ବୋଲେରୋ। ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତ ଭୋଗରାଇର ବୋଲି ଜଣାପଡ଼ିଛି। ତେବେ ସମସ୍ତ ଆହତଙ୍କୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ଆଜି ସକାଳେ ବୋଲେରୋଟି ବାଲେଶ୍ୱର ଭୋଗରାଇରୁ ରାଉରକେଲା ଅଭିମୁଖେ ଯାଉଥିଲା। ଡ୍ରାଇଭରର ଆଖି ଲାଗିଯିବା ଯୋଗଁ ଧାନ ଘର ନିକଟରେ ବୋଲେରୋଟି ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା। ଫଳରେ ବୋଲେରୋରେ ଥିବା ୧୦ ଜଣ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି।

ସମସ୍ତ ଆହତମାନଙ୍କୁ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଚଣା ସମ୍ପର୍କରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.