Latest Odisha News

ସୁପ୍ରିମକୋର୍ଟର ୧୦ ବିଚାରପତି କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ୧୦ ଜଣ ବିଚାରପତି ସଂକ୍ରମିତ ହୋଇଛନ୍ତି । ଦୁଇ ଜଣ ଜଷ୍ଟିସ୍ କେ. ଏମ୍. ଜୋସେଫ୍ ଓ ଜଷ୍ଟିସ ପି.ଏସ୍. ନରସିଂହା ସୁସ୍ଥ ହୋଇ କାର୍ୟ୍ୟରେ ଯୋଗ ଦେଇଥିବା ସୂଚନା ମିଳିଛି । ଏବେ ସୁପ୍ରିମକୋର୍ଟରେ ୩୨ ଜଣ ବିଚାରପତି ଅଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ରମଣା ସବୁ ବିଚାରପତିଙ୍କ ସ୍ୱାସ୍ଥ୍ୟାବସ୍ଥାର ନିଜେ ଅନୁଧ୍ୟାନ କରୁଛନ୍ତି ।

ସେହିପରି ସୁପ୍ରିମକୋର୍ଟର ପାଖାପାଖି ୪୦୦ରୁ ଅଧିକ କର୍ମଚାରୀ ବି କରୋନା ସଂକ୍ରମିତ ହୋଇଛନ୍ତି । ଏବେ ପ୍ରତିଦିନ ସୁପ୍ରିମକୋର୍ଟରେ କୋଭିଡ୍ ଟେଷ୍ଟ ହେଉଛି । ୩୦ ପ୍ରତିଶତ କର୍ମଚାରୀ ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଏତେ ସଂଖ୍ୟକ ବିଚାରପତି ଓ କର୍ମଚାରୀ ପଜିଟିଭ୍ ହେବାରୁ କୋର୍ଟ କାର୍ୟ୍ୟରେ ସମସ୍ୟା ସୃଷ୍ଟି ହୋଇଛି ।

Comments are closed, but trackbacks and pingbacks are open.