Latest Odisha News

BREAKING NEWS

ଆହୁରି ଦୁଇ ଦିନ ଜାରି ରହିବ ପ୍ରବଳ ଶୀତ, ଘନ କୁହୁଡ଼ି ନେଇ ପୂର୍ବାନୁମାନ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଜାଡ଼ରେ କଲବଲ ହେଉଛନ୍ତି ଲୋକେ । ଆଗାମୀ ଦୁଇଦିନ ଯାଏଁ ରାଜ୍ୟର ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ସ୍ଥିତି ଜାରି ରହିବ । ଆସନ୍ତା ଦୁଇ ଦିନ ପରେ ତିନି ଦିନ ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ରାଜ୍ୟରେ ଆଉ ଦୁଇ ଦିନ ପ୍ରବଳ କୁହୁଡ଼ିର ସମ୍ଭାବନା ରହିଛି । ଘନ କୁହୁଡ଼ି ନେଇ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢ଼େଙ୍କାନାଳ, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୧ ଓ ୨୨ତାରିଖ ବେଳକୁ କିଛି ସ୍ଥାନରେ ପାଗ ଶୁଖିଲା ରହିବ । ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ।

Comments are closed, but trackbacks and pingbacks are open.