Latest Odisha News

BREAKING NEWS

ବିଜେଡିର ସମାଲୋଚନା, ହତାଶ କର୍ମୀଙ୍କ ମନୋବଳ ବଢ଼ାଇବାକୁ ମାମୁଲି ପ୍ରସଙ୍ଗ ଉଠାଇଛି ବିଜେପି

ଭୁବନେଶ୍ବର : ରାଜ୍ୟ ବିଜେପିକୁ ବିଜେଡିର ସମାଲୋଚନା । ୨୦୧୯ରୁ ସାଧାରଣ ନିର୍ବାଚନ ଓ ପରବର୍ତ୍ତି ଉପନିର୍ବାଚନରେ ହାରିବା ପରେ ନିରୁତ୍ସାହିତ ଅଛନ୍ତି ବିଜେପି ନେତା ଓ କର୍ମୀ । ସେମାନଙ୍କ ଉତ୍ସାହିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି । ଏଥିପାଇଁ ବିଜେପି ପ୍ରତିଦିନ ମାମୁଲି ପ୍ରସଙ୍ଗ ଉଠାଇ ଚାଲିଛି । ଯାହା ରାଜନୈତିକ ଦୃଷ୍ଟିକୋଣରୁ ଆଦୌ ପ୍ରାସଙ୍ଗିକ ନୁହେଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ, ଭୁବନେଶ୍ବର ସ୍ମାର୍ଟ ସିଟି ଭାରତର ଅନ୍ୟ ବିଜେପି ଶାସିତ ସହର ତୁଳନାରେ ବିକଶିତ ଓ ବହୁ ଭଲ ପରିଚାଳିତ । ତେଣୁ ଓଡ଼ିଶା ବିଜେପି ଏ କ୍ଷେତ୍ରରେ ଆତ୍ମ ନିରୀକ୍ଷଣ କରିବା ଉଚିତ୍ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।

Leave A Reply

Your email address will not be published.