Latest Odisha News

ଯାଜପୁର ପରେ ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ସ୍କୁଲ, କଲେଜ ଖୋଲିଥିବାରୁ କରୋନାର ଭୟାବହତା ବ୍ୟାପିବାରେ ଲାଗିଛି । ବିଭିନ୍ନ ଜିଲ୍ଲାରୁ ସ୍କୁଲ ମାନଙ୍କରୁ ଛାତ୍ରଛାତ୍ରୀମାନେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଯାଜପୁର ଜିଲ୍ଲାର ୯ଜଣ ଛାତ୍ରୀଙ୍କ ପଜିଟିଭ୍ ରିପୋର୍ଟ ବାହାରିବା ପରେ ଏବେ ଅନୁଗୁଳ ଜିଲ୍ଲାରେ ମଧ୍ୟ ସାମ୍ନାକୁ ଆସିଛି ସମାନ ସ୍ଥିତି । ଅନୁଗୁଳ ଜିଲ୍ଲା ବାଲିପଟା ପଞ୍ଚାୟତ ବାଳିକା ହାଇସ୍କୁଲର ଛାତ୍ରୀ ନିବାସରେ ରହୁଥିବା ୧୦ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବାଲିପଟା ପଞ୍ଚାୟତ ହାଇସ୍କୁଲରେ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଏଥିରେ ୧୫୦ଜଣ ପିଲାଙ୍କ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା । ସେମାନଙ୍କ ମଧ୍ୟରୁ ୧୦ଜଣ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି । ହାଇସ୍କୁଲର ଛାତ୍ରୀନିବାସରେ ଏମାନେ ରହୁଥିବାବେଳେ ଆରଟିପିସିଆର ପାଇଁ ସେମାନଙ୍କ ସାମ୍ପୁଲ ପଠାଯାଇଛି । ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବାବେଳେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ଛାତ୍ରୀମାନେ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ମଧ୍ୟ ଆଇସୋଲେସନରେ ରଖାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.