Latest Odisha News

BREAKING NEWS

ନାସା ରୋଭର ଚ୍ୟାଲେଞ୍ଜରେ ଓଡ଼ିଶା ଟିମ୍ ତୃତୀୟ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପୁଣି ଥରେ କମାଲ କଲେ ଓଡ଼ିଆ । ନାସା ରୋଭର ଚ୍ୟାଲେଞ୍ଜରେ ତୃତୀୟ ସ୍ଥାନ ହାସଲ କରିଛି ଓଡ଼ିଶା ଟିମ୍ । ଏନେଇ ଟ୍ଵିଟ୍‌ କରି ସୂଚନା ଦେଇଛି ନାସା । କଟକ ୪୨ ମୌଜାରୁ ନାସା ରୋଭର୍ ଚ୍ୟାଲେଞ୍ଜରେ ଭାଗ ନେଇଥିଲା ଓଡ଼ିଶା ଟିମ୍ । ଏଥିରେ ବିଭିନ୍ନ ଅଞ୍ଚଳରୁ ଥିଲେ ୧୦ ଜଣ ପ୍ରତିଭାବାନ ଛାତ୍ରଛାତ୍ରୀ ।

ଭର୍ଚୁଆଲ ମୋଡରେ ହୋଇଥିଲା ରୋଭର ଚ୍ୟାଲେଞ୍ଜ । କଟକ ୪୨ ମୌଜା ଅନୀଲ ପ୍ରଧାନଙ୍କ ପ୍ରଚେଷ୍ଟାରେ Navonmesh Prasar Student Astronomy Team (NaPSAT) ୧୦ ଜଣିଆ ଟିମ ରୋଭର ପ୍ରସ୍ତୁତ କରିଥିଲା । ରୋଭର ଚ୍ୟାଲେଞ୍ଜରେ ୟୁଏଏସ୍‌ର ଦୁଇଟି ଟିମ୍‌ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସଫଳତା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.