Latest Odisha News

BREAKING NEWS

ଜାଣନ୍ତୁ, ମଣିଷ ଶରୀର ସମ୍ପର୍କରେ ୧୦ ଟି ଅଜଣା କଥା…

ଭୁବନେଶ୍ୱର: ଭଗବାନଙ୍କ ସୃଷ୍ଟିର ସବୁଠୁଁ ଶ୍ରେଷ୍ଠ ପ୍ରାଣୀ ହେଉଛି ମନୁଷ୍ୟ । ତେବେ ଉପରକୁ ଚିକ୍କଣ ଦେଖା ଯାଉଥିବା ମଣିଷ ଶରୀର ମଧ୍ୟରେ ପ୍ରତିଦିନ କେତେ କଣ ଘଟୁଛି ତାହା କଳ୍ପନା କରିବା ଏକପ୍ରକାର ଅସମ୍ଭବ ।

ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମଣିଷ ଶରୀର ସମ୍ପର୍କରେ କିଛି ଅଜଣା ରୋଚକ କଥା …

୧: ପ୍ରତ୍ୟକ ମଣିଷର ହାତର ଫିଙ୍ଗର ପ୍ରିଣ୍ଟ (ଆଙ୍ଗୁଳିର ଛାପ) ଗୋଡ଼ରେ ଥିବା ଫିଙ୍ଗର ପ୍ରିଣ୍ଟ ଅଲଗା ଅଲଗା ହୋଇଥିବା ତ ସମସ୍ତେ ଜାଣନ୍ତି । ତେବେ କଣ ଆପଣ ଜାଣନ୍ତି ପ୍ରତ୍ୟେକ ମଣିଷର ଜିଭର ପ୍ରିଣ୍ଟ(ଛାପ) ମଧ୍ୟ ଅଲଗା ହୋଇଥାଏ ।

୨: ମଣିଷ ମସ୍ତିଷ୍କର ତରଙ୍ଗ ଗତି ଘଣ୍ଟା ପ୍ରତି ୪୦୦ କିଲୋମିଟର ହୋଇଥାଏ।

୩: ଆପଣଙ୍କ ଶରୀରର ସମୁଦାୟ ଓଜନରୁ ୮ ପ୍ରତିଶତ କେବଳ ରକ୍ତ ରହିଥାଏ ।ମଣିଷ ଶରୀରରେ ରକ୍ତ ଏତେ ଦ୍ରୁତ ଗତିରେ ପ୍ରଭାହିତ ଥାଏ ଯେ ଏକ ଦିନରେ ୧୯,୩୧୨ କିଲୋମିଟରର ଦୂରତା ଯାଏଁ ଏହା ଗତି କରି ପାରିବ ।

୪:ମଣିଷର କାନ ଜୀବନର ଶେଷ ଯାଏଁ ବଢି ଚାଲି ଥାଏ , ଆଉ କାନ ୧/୪ ମିଲି ଲିଟର ପ୍ରତି ବର୍ଷ ବଢିଥାଏ ।

୫: ପୁରୁଷଙ୍କ ଠାରୁ ମହିଳାଙ୍କ ପାଖରେ ବେଶି ସ୍ୱାଦ ଗ୍ରନ୍ଥି ରହିଥାଏ।

୬:- ଜଣେ ବ୍ୟକ୍ତି ତାର ଜୀବନ କାଳରେ ପାଖା ପାଖି ୩୫ ଟନ ଭୋଜନ କରିଥାଏ ।

୭: ହସିଲେ ଆମର ୧୩ ମାଂସପେସି ଆଉ କାନ୍ଦିଲେ ଆମର ୪୩ ମାଂସ ପେସି କାମ କରିଥାଏ , ତେଣୁ ହସିବା ଦେହ ପାଇଁ ହିତକାରକ ଅଟେ ।

୮: ଜଣେ ବ୍ୟକ୍ତି ତାର ଜୀବନ କାଳ ଭିତରେ ଛିଙ୍କିବାରେ ପାଖାପାଖି ୫ ବର୍ଷ ହରେଇ ବସିଥାଏ ।

୯: ପ୍ରତି ବ୍ୟକ୍ତିର ଶରୀରରେ ପ୍ରତି ଦିନ କିଛି ପୁରୁଣା ସ୍କିନ ଚାଲି ଯାଏ ଆଉ ନୂଆ ସ୍କିନ ଆସିଥାଏ ।

୧୦: ମଣିଷ ହୃଦୟ ପ୍ରତି ବର୍ଷରେ ୩୫ ମିଲିଅନ ଥର ସ୍ପନ୍ଦନ କରିଥାଏ ।

Leave A Reply

Your email address will not be published.