Latest Odisha News

BREAKING NEWS

ଶୀତ ପ୍ରକୋପରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଉଥିବା ବେଳେ ଆଗାମୀ ଦିନରେ ଓଡିଶାର ୧୩ଟି ଜିଲ୍ଲାରେ ଘନ କୁହୁଡି ଜାରି ରହିବ ବୋଲି ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି ।

ଏହାବ୍ୟତିତ ଆଭ୍ୟନ୍ତରିଣ ଜିଲ୍ଲା ସମେତ ପ୍ରାୟ ୨୧ଟି ଉପକୂଳ ଜିଲ୍ଲା ଗୁଡିକରେ ସାମାନ୍ୟ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ବିଭାଗ ପକ୍ଷରୁ ଜାରି ବୁଲେଟିନ୍ ଅନୁଯାୟୀ ଆଗାମୀ ଦିନରେ ରାଜ୍ୟର ସ୍ଥାନେସ୍ଥାନେ ସାମାନ୍ୟ ବର୍ଷା ହେବାର ଆଶଙ୍କା ରହିଥିବା ବେଳେ ସୁନ୍ଦରଗଡ, କେନ୍ଦୁଝର, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ମୟୂରଭଞ୍ଜ, ପୁରୀ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାରେ ଘନ କୁହୁଡି ଜାରି ହେବ ।

ତେବେ ଡିସେମ୍ବର ୨୮ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ରାଜ୍ୟରେ ତାପମାତ୍ରା ୩-୪ ଡିଗ୍ରି ହ୍ରାସ ଘଟିବା ସହ ଶୀତ ଲହରୀ ଜାରି ରହିବ ଏବଂ ଏଭଳି ପାଗ ଜାନୁଆରୀ ପ୍ରଥମ ସପ୍ତାହ ଯାଏଁ ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.