Latest Odisha News

ଜାଣନ୍ତୁ ବାତ୍ୟା ‘ଦାନା’କୁ ନେଇ ୧୦ ଅପଡେଟ୍

  1. ଭିତରକନିକାରୁ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ

    ଭିତରକନିକାରୁ ଧାମରା ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବ । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୦ କିଲୋମିଟର ରହିବ। ବାତ୍ୟାର ପ୍ରଭାବରେ କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ସର୍ବାଧିକ କ୍ଷତିଗ୍ରସ୍ତ ହେବ।

  2. କାଲି ପ୍ରବଳ ବର୍ଷା

    ଆସନ୍ତାକାଲି ଓ ୨୫ତାରିଖରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ। ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ଚେତାବନୀ ଦିଆଯାଇଛି । ସେହିପରି କେନ୍ଦୁଝର, ଢେଙ୍କାନାଳ, କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

  3. ସମୁଦ୍ର ଅଶାନ୍ତ, ଉଚ୍ଚ ଜୁଆର

    ଦାନା ପ୍ରଭାବରେ ଅଶାନ୍ତ ରହିବ ସମୁଦ୍ର। ୨୫ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ କୁହାଯାଇଛି । ପୁରୀ, ପାରାଦୀପ ଓ ଧାମରାକୁ ୪ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଜରୁରୀକାଳୀନ ହେଲ୍ପ ଲାଇନ୍ ଓ କଣ୍ଟ୍ରୋଲ ରୁମ ନମ୍ବର ଜାରି କରିଛନ୍ତି।

  4. ୧୦ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

    ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ରାଜ୍ୟ ସରକାର । ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୪ଟି ଜିଲ୍ଲାରେ ୫୧ ଓଡ୍ରାଫ ଟିମ୍‌, ୧୭୮ ଅଗ୍ନିଶମ ବାହିନୀ ଟିମ, ୨୦ ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି।

  5. ୨୫ ତାରିଖ ପର୍ଯ୍ୟନ୍ତ ୧୯୭ଟି ଟ୍ରେନ୍‌ ବାତିଲ

    ଭାରତୀୟ ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥର ୧୯୭ ଟ୍ରେନ୍‌ ଆଜିଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବାତିଲ ହୋଇଛି। ଶିମିଳିପାଳ ଅଭୟାରଣ୍ୟକୁ ମଧ୍ୟ ଏହି ୩ ଦିନ ବନ୍ଦ ରଖାଯାଇଥିବା ବେଳେ ପୁରୀ ସମୁଦ୍ରକୂଳକୁ ପର୍ଯ୍ୟଟକଙ୍କୁ ନଯିବାକୁ ବାରଣ କରାଯାଇଛି।

  6. ପ୍ରତି ୩ ଘଣ୍ଟାରେ ଅପଡେଟ୍

    ଅକ୍ଟୋବର ୨୪ ରାତିରୁ ଅକ୍ଟୋବର ୨୫ ସନ୍ଧ୍ୟା ପର୍ଯ୍ୟନ୍ତ ପ୍ରତି ୩ ଘଣ୍ଟା ବ୍ୟବଧାନରେ ବାତ୍ୟା ‘ଦାନା’ ନେଇ ଅପଡେଟ୍ ଦେବେ ରାଜ୍ଯ ସରକାର। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଅଗ୍ନିଶମ ସେବାର ସୋସିଆଲ ମିଡିଆ ହ୍ୟାଣ୍ଡେଲଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।

  7. ସି-ବିଚ୍‌ରେ ଲାଗୁ ହେଲା ୧୪୪ ଧାରା

    ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସମୁଦ୍ର କୂଳରେ ଲାଗୁ ହୋଇଛି ୧୪୪ ଧାରା। ଏଥିସହ ପାରାଦୀପ ଠାରୁ ଏରସମା ସିଆଳି ପର୍ଯ୍ୟନ୍ତ ସମୁଦ୍ର ତଟରେ ଏହି କଟକଣା ଲାଗୁ ହେବ। ପାରାଦୀପରୁ ସିଆଳି ପର୍ଯ୍ୟନ୍ତ ଆଜି ସନ୍ଧ୍ୟାରୁ ଏହା ଲାଗୁ ହୋଇଛି।

  8. ବାତ୍ୟା ପାଇଁ ବାତିଲ ହେଲା ଓସିଏସ୍ ପରୀକ୍ଷା

    ବାତ୍ୟା ଦାନା ପାଇଁ ବାତିଲ ହେଲା ଓସିଏସ ପରୀକ୍ଷା। ଆସନ୍ତା ୨୭ ତାରିଖ ରବିବାରରେ ହେବାକୁ ଥିବା ଓଡିଶା ସିଭିଲ ସର୍ଭିସ ପରୀକ୍ଷା ବାତିଲ କରାଯାଇଛି।

  9. ଭୟଭୀତ ହୁଅନି, ସଜାଗ ରୁହ

    ବାତ୍ୟାର ମୁକାବିଲା କରିବା ପାଇଁ ଓଡିଶାବାସୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇ ସଜାଗ ରହିବାକୁ କହିଛନ୍ତି।

  10. କିଭଳି ହେଲା ବାତ୍ୟା ‘ଦାନା’ର ନାମକରଣ?

    ଉତ୍ତର ଭାରତ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିଛି। କାତାର୍ ପକ୍ଷରୁ ଏହି ନାମକରଣ କରାଯାଇଛି। ଆରବୀ ଭାଷାରେ ‘ଦାନା’ର ଅର୍ଥ ନିଖୁଣ ଓ ମୂଲ୍ୟବାନ ମୋତି ବା ମୁକ୍ତା ବୋଲି କୁହାଯାଉଛି।

 

ବ୍ୟୁରୋ ରିପୋର୍ଟ, ଓଡିଶା ସମ୍ବାଦ

Leave A Reply

Your email address will not be published.