Latest Odisha News

BREAKING NEWS

ଭିକ ମାଗି ଚଳୁଥିବା ପିଲା ହଠାତ ହେଲା କୋଟିପତି

ସହରାନପୁର: କରୋନା ମହାମାରୀ ସମୟରେ ମାଆଙ୍କ ମୃତ୍ୟୁ ପରେ ୧୦ ବର୍ଷର ଛୋଟ ପିଲା ଶାହଜେବ ଅସହାୟ ହୋଇ ପଡିଥିଲା । ଭୋକର ଜ୍ୱାଳା ମେଂଟାଇବା ପାଇଁ ସେ ଭିକ ମାଗି ଚଳୁଥିଲା । ସେ କେବେ ବି ଭାବି ନ ଥିବା ଯେ, ହଠାତ ତାର ଭାଗ୍ୟ ବଦଳିଯିବ । କଲିୟରରେ ସେ ଭିକ ମାଗୁଥିବା ବେଳେ ହଠାତ ତାଙ୍କ ଗ୍ରାମର ଜଣେ ଯୁବକ ମୋବିନ ଦେଖିଥିଲା । ଶାହଜେବକୁ ସେ ଗ୍ରାମକୁ ନେଇ ପଳେଇଥିଲା । ୟୁପିର ସହରାନପୁରରେ ସେ ପଂହଚିବା ମାତ୍ରେ ଖୁସିର ଲହରୀ ଖେଳି ଯାଇଥିଲା । ଆଉ ସେ ପାଲଟି ଯାଇଥିଲା କୋଟିପତି । ପଣ୍ଡୋଲୀରେ ରହୁଥିବା ଇମରାନା ପତି ମହମ୍ମଦ ନାଭେଦଙ୍କ ୨୦୧୯ରେ ମୃତ୍ୟୁ ଘଟିଥିଲା ।

ଶ୍ୱଶୂର ଘର ସହ ତାଙ୍କର ଭଲ ପଡି ନ ଥିଲା । ସେ ରାଗରେ ନିଜର ୬ ବର୍ଷର ପୁଅ ଶାହଜେବକୁ ନେଇ ବାପଘର ଯମୁନାନଗର ପଳେଇ ଆସିଥିଲା । ସେ ଜାଣି ନ ଥିଲେ ତାଙ୍କ ଶ୍ୱଶୂର କୋଟି କୋଟି ଟଙ୍କାର ସମ୍ପତି ନାତି ନାମରେ କରିଛନ୍ତି । କରୋନା ସମୟରେ ଇମରାନାଙ୍କ ପରଲୋକ ହୋଇଥିଲା । ବିଚାରା ଶାହଜେବ ଭିକ ମାଗି ପେଟ ପୋଷୁଥିଲା । ଏନେ ତା ଭାଗ୍ୟ ବଦଳି ଯାଇଛି । ସେ ତାର ସାନ ଦାଦା ସହ ଭଲରେ ଚଳୁଛି ।

Comments are closed.