Latest Odisha News

BREAKING NEWS

କେମିତି କମୁଛି ଓଡ଼ିଶାରେ ଉତ୍ପାଦିତ ଲୁହା ପଥରର ମାନ ? ସଂସଦରେ ତଦନ୍ତ ଦାବି କଲେ ଅପରାଜିତା

ନୂଆଦିଲ୍ଲୀ: ସସଂଦରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଓଡ଼ିଶାରେ ଖଣି ଖନନରେ ଦୁର୍ନୀତି ହୋଇଥିବା ଅପରାଜିତା ଅଭିଯୋଗ କରିଛନ୍ତି । କହିଛନ୍ତି ଓଡ଼ିଶା ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଏକାଧିକ ଲୁହା ପଥର ଖଣି ନିଲାମ କରିଥିଲେ ।

କିନ୍ତୁ ଆଶ୍ଚର୍ଯ୍ୟର କଥା ନୂଆ ନିଲାମ ପରେ ନିଲମଧାରୀ ନିମ୍ନ ମାନର ଲୁହା ପଥର ପରିମାଣ ଅଧିକ ଦେଖାଉଛନ୍ତି । ତଥ୍ୟ ଉପସ୍ଥାପନ କରି ଅପରାଜିତା କହିଛନ୍ତି, ସମସ୍ତେ ଜାଣିଛେ ୫୫ ପ୍ରତିଶତ ଫେରସ୍ କଣ୍ଟେଣ୍ଟରୁ କମ ଲୁହା ପଥରକୁ ନିମ୍ନ ମାନର ଲୁହା ପଥର ଗଣାଯାଏ । ଯାହାର ମୂଲ୍ୟ ବହୁତ କମ୍ ।

ଆର୍ଥିକ ବର୍ଷ ୨୦୧୯-୨୦ରେ ଏସବୁ ଖଣି ନିଲାମ ପୂର୍ବରୁ ଏଥିରେ ନିମ୍ନ ମାନର ଲୁହା ପଥର ୦.୯ ପ୍ରତିଶତ ଥିଲା । ଆଉ ଗୋଟିଏ ବର୍ଷ ମଧ୍ୟରେ ନିଲାମଧାରୀ ୨୭.୩ ପ୍ରତିଶତ ନିମ୍ନ ମାନର ଲୁହା ପଥର ବାହାରୁଥିବା ଦର୍ଶାଇଛନ୍ତି । ୨୦ରୁ ୩୦ ବର୍ଷ ଧରି ଯେଉଁଠି ଭଲ ଲୁହା ପଥର ଉତ୍ପାଦନ ହେଉଥିଲା ସେଠି ବର୍ଷେରୁ ୨ ବର୍ଷ ମଧ୍ୟରେ ୨୦୨୨ ଏପ୍ରିଲ୍ ସୁଦ୍ଧା ଏହି ପ୍ରତିଶତ ୪୨.୩ ପ୍ରତିଶତ, ୫୮.୯ ପ୍ରତିଶତ ହୋଇଛି ।

ଫଳରେ ବିକ୍ରି ମୂଲ୍ୟ କମିବା ସହ ବିଡ୍ ଆମାଉଣ୍ଟ କମିଛି । ଫଳରେ ସରକାରଙ୍କୁ କମ୍ ଟଙ୍କା ମିଳୁଛି । ରାଜକୋଷକୁ କମ୍ ଟଙ୍କା ଆସୁଛି । ଏହାକୁ ନେଇ କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ ଲୁହାପଥରର ତଦନ୍ତ କରିବା ଲାଗି । କିନ୍ତୁ ରାଜ୍ୟ ସରକାର କର୍ଣ୍ଣପାତ କରୁ ନଥିବା ଅପରାଜିତା ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.