Latest Odisha News

ବେଆଇନ ମଦ ବିକ୍ରି କରୁଥିବା ୧୦ ବର୍ଷର ନାବାଳକୁ ଉଦ୍ଧାର କଲା ପୋଲିସ

ଉତ୍ତରପ୍ରଦେଶ: ବେଆଇନ ମଦ ବିକ୍ରି କରୁଥିବା ଜଣେ ୧୦ ବର୍ଷର ନାବାଳକକୁ ପୋଲିସ ଉଦ୍ଧାର କରିଛି। ମହାମାରୀ ହେତୁ ସ୍କୁଲ ଛାଡିଥିବା ଏହି ୧୦ ବର୍ଷର ପିଲାଟି ତାଙ୍କ ପିତା ଏବଂ ମାମୁଁଙ୍କ ଦ୍ୱାରା ବଳପୂର୍ବକ ଭାବେ ମଦ ବିକ୍ରୟ କରିବାକୁ ବାଧ୍ୟ ହୋଇଥିବା ଅଭିଯୋଗ ହୋଇଥିଲା।

ଜଣେ ପୋଲିସ କର୍ମଚାରୀ ଏକ ଭିଡିଓ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ଯେଉଁଥିରେ ନାବାଳକ ଗ୍ରାହକଙ୍କୁ ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ନାବାଳକ ପାଠପଢା ବନ୍ଦ ହେବା ପରେ ତାକୁ ମଦ ବିକ୍ରି କରିବାକୁ ବାଧ୍ୟ କରାଯାଇଥିଲା। ମଦ ବିକ୍ରି କରିବାକୁ ମନା କରିବାରୁ ତାଙ୍କ ପିତା ତାଙ୍କୁ ମାଡ ମଧ୍ୟ ମାରିଥିଲେ।

ସୂଚନା ଅନୁଯାୟୀ ଅନୁଯାୟୀ ଅଭିଯୁକ୍ତ ପିତା ଏବଂ ମାମୁଁଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଛି।

ବରିଷ୍ଠ ପୋଲିସ ଅଧୀକ୍ଷକ କହିଛନ୍ତି ଯେ ପରିବାର ଗତ ଦୁଇ ବର୍ଷ ‌ଧରି ସେମାନେ ଏହି ବ୍ୟବସାୟ ଚଳାଉଥିଲେ।

Comments are closed.